ଏକସଙ୍ଗେ ସମସ୍ତ ରାଜ୍ୟରେ ଲାଗୁ ହେବ: ପୁରୁଷ-ମହିଳା ସମାନ ବେତନ, ସପ୍ତାହରେ ୩ ଦିନ ଛୁଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ନୂଆ ଲେବର କୋଡ୍ ଏକସଙ୍ଗେ ଲାଗୁ କରିବାକୁ ଯାଉଛନ୍ତି । ଜନସାଧାରଣଙ୍କ ବ୍ୟକ୍ତିଗତ ଜୀବନ ଓ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏହି କନସେଫ୍ଟ ଅଣାଯାଉଛି । ନୂଆ ୱେଜ୍ କୋର୍ଡ ଲାଗୁ ହେବା ପରେ ଟେକ୍ ହୋମ୍ ସାଲାରି ଅର୍ଥାତ ହ୍ୟାଣ୍ଡ ସାଲାରି ଆପଣଙ୍କ ଖାତାକୁ ପୂର୍ବାପେକ୍ଷା କମ୍ ଆସିବ । ଏହି ନିୟମ ଦେଶରେ କେବେଠାରୁ ଲାଗୁ ହେବ ସେନେଇ କିଛି ସ୍ପଷ୍ଟ ହୋଇନଥିଲେ ହେଁ ଏହା ନିଶ୍ଚିତ ଭାବେ ଲାଗୁ ହେବ ବୋଲି କୁହାଯାଉଛି ।

ଯଦି ଏହି ନିୟମ ଲାଗୁ ହୁଏ, ତେବେ କମ୍ପାନୀମାନଙ୍କୁ ନିଜର ୱାର୍କିଂ ଷ୍ଟ୍ରାଟେଜି ପରିବର୍ତ୍ତନ କରିବାକୁ ପଡ଼ିପାରେ । ଭବିଷ୍ୟତ ପାଇଁ କାର୍ଯ୍ୟସ୍ଥଳ ଓ କାର୍ଯ୍ୟ ସମୟ କୋହଳ କରିବା ନେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ସମସ୍ତ ରାଜ୍ୟରେ ନୂଆ ଲେବର କୋର୍ଡ ଏକସଙ୍ଗେ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି । ନୂଆ ଲେବର କୋଡ ୱେଜ, ସୋସିଆଲ ସିକ୍ୟୁରିଟି, ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ ଓ ଅକ୍ୟୁପେସନନାଲ ସେଫଟି ପରି ଚାରିଟି ନୂଆ ଲେବର କୋଡ୍ ଲାଗୁ ହେବ ।

ନୂଆ ଲେବର କୋର୍ଡ ଲାଗୁ ହେବା ପରେ ସପ୍ତାହକୁ ୩ ଦିନ ଛୁଟି ମିଳିବ ଓ କାର୍ଯ୍ୟର ସମୟ ବୃଦ୍ଧି କରାଯିବ । ଆପଣଙ୍କୁ ଅଫିସରେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ । କୌଣସି ସଂସ୍ଥାରେ ୬ ମାସ କାମ କରିବା ପରେ ଆପଣ ଲମ୍ବା ଛୁଟି ନେଇପାରିବେ । ସମସ୍ତ କର୍ମଚାରୀଙ୍କ ବେସିକ ସାଲାରି ସେମାନଙ୍କର ଟୋଟାଲ ସାଲାରିର ୫୦ ପ୍ରତିଶତରୁ ଅଧିକ ହେବ । ବେସିକ ସାଲାରି ଅଧିକ ହେଲେ ପିଏଫ୍ ଯୋଗଦାନ ବଢ଼ିଯିବ । ଅବସର ସମୟରେ ଅଧିକ ଅର୍ଥ ମିଳିବା ସହ ଗ୍ରାଚ୍ୟୁଇଟି ମଧ୍ୟ ବଢ଼ିଯିବ । ପୁରୁଷ ଓ ମହିଳାଙ୍କ ପରିଶ୍ରମକୁ ସୁନିଶ୍ଚିତ କରିବା ପାଇଁ ଅକ୍ୟୁପେସନାଲ ସେଫଟି ଆଣ୍ଡ ୱେଜ ଷ୍ଟାଣ୍ଡାର୍ଡ ଉପରେ ବିଚାର କରାଯାଉଥିବା କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ନିକଟରେ କହିଥିଲେ ।

Comments are closed.