ଟଙ୍କା ବଣ୍ଡଲରେ ଶୋଉଥିଲେ ବ୍ୟବସାୟୀ

ପଶ୍ଚିମବଙ୍ଗ: ଇଡି କବ୍ଜାରେ ପଶ୍ଚିମବଙ୍ଗ । ପୁଣି ସିଜ କରିଲା ପୁଳା ପୁଳା ଟଙ୍କା । କୋଲକାତା ଇଡି ରେଡ କରି ବିପୁଳ ପରିମାଣର ନଗଦ ଟଙ୍କା ଉଦ୍ଧାର କରିଛି। ଏହି କାର୍ଯ୍ୟ ଜଣେ ବ୍ୟବସାୟୀଙ୍କ ଘରେ ରେଡ ହୋଇଥିଲା । ଇଡି ଅଧିକାରୀଙ୍କ ଅନୁଯାୟୀ ବ୍ୟବସାୟୀଙ୍କ ଘରୁ ୧୭ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଜବତ କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମନି ଲଣ୍ଡରିଂ ଯାଞ୍ଚର ଏକ ଅଂଶ ଭାବରେ କୋଲକାତା ସ୍ଥିତ ମୋବାଇଲ୍ ଗେମିଂ ଆପ୍ କମ୍ପାନୀର ପ୍ରମୋଟରଙ୍କ ଉପରେ ଚଢ଼ାଉ କରିବା ପରେ ଶନିବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୧୭.୩୨ କୋଟି ଟଙ୍କା ଜବତ କରିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ଆରମ୍ଭ ହୋଇଛି।

Comments are closed.