ଡାକ୍ତର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍ମୃତିଚାରଣ ସଭା

ପଟ୍ଟାମୁଣ୍ଡାଇ ଅଞ୍ଚଳର ସୁନାମଧନ୍ୟ ଡାକ୍ତର ଦିବଂଗତ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଏକ ସ୍ମୃତି ଚାରଣ ସଭା  ଶନିବାର ଅନୁଷ୍ଠିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଟାଉନ କ୍ଲବ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ସମ୍ପାଦକ ଚତୁର୍ଭୁଜ ରାଉଳ, ପ୍ରଫେସର ଦୁର୍ଯ୍ୟଧନ ପରିଡା, ଦେବବ୍ରତ ପ୍ରଧାନ, ବରିଷ୍ଠ ସାମାଜିକ କର୍ମୀ ବିଶ୍ବନାଥ ଧଳ,ଡା. ଗଦାଧର ମଲ୍ଲିକ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପାତ୍ର,  ରାଜକୁମାର ବିଶ୍ବାଳ, ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କଣ୍ଡୁରି ଚରଣ ସ୍ବାଇଁ, ପ୍ରଧାନ ଶିକ୍ଷକ ସଚିଦାନନ୍ଦ ଦାସ ,ଆଲୋକ ଧଳ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଡାକ୍ତର କୃଷ୍ଣଚନ୍ଦ୍ର ଜନସେବା ନିମନ୍ତେ ଅଙ୍ଗୀକାରବଧ୍ୟ ଥିବା ବେଳେ  ଦୋଷିଆ ପଞ୍ଚାୟତରେ ସରପଂଚ ଭାବେ ନିର୍ବାଚିତ ହୋଇ ବହୁ ଜନହିତକର କାର୍ଯ୍ୟ କରିଥିଲେ । ତାଙ୍କର ସେବା, ତ୍ୟାଗ ତାଙ୍କୁ ଚୀରକାଳ ସ୍ମରଣୀୟ କରି ରଖିବ ବୋଲି ବକ୍ତାମାନେ ପ୍ରକାଶ କରିବା ସହିତ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞଳୀ ଜ୍ଞାପନ କରିଥିଲେ । ଶ୍ରଦ୍ଧାଞଳୀ ସଭା ଆରମ୍ଭରେ ତାଙ୍କ ଫଟୋଚିତ୍ରରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଅମର ଆତ୍ମାର ସଦଗତି ପାଇଁ ୧ମି. ନୀରବ ପ୍ରାର୍ଥନା କରାଯାଇଥିଲା ।

ବରିଷ୍ଠ ନାଗରିକ ମଂଚ ଆଗାମୀ ଦିନରେ ପଟ୍ଟାମୁଣ୍ଡାଇ ଅଂଚଳରେ ବିଭିନ୍ନ ଗ୍ରାମ ଗସ୍ତ କରି ଅବହେଳିତ ନାଗରିକ ମାନଙ୍କର ସେବା ଓ ବିଭିନ୍ନ ସମସ୍ୟାର ସମାଧାନ,ଅଞ୍ଚଳରେ ବୃକ୍ଷ ରୋପଣ, ସମାଜରେ ନିଷ୍ପେସିତ ବରିଷ୍ଠ ନାଗରିକ ମାନଙ୍କର ସମସ୍ୟାର ଆଶୁ ସମାଧାନ, ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟସେବା ପାଇଁ ସ୍ବାସ୍ଥ୍ୟଶିବିର ଆୟୋଜନ ନିମନ୍ତେ ପଦକ୍ଷେପ ନେବେ ବୋଲି ସଭାପତି ପ୍ରଫେସର ରାଉଳ କହିଥିଲେ। ଅନ୍ୟାମାନଙ୍କ ମଧ୍ୟରେ ତ୍ରିଲୋଚନ ଜେନା, ରମେଶ ଦେ,ରାଜକୁମାର ବିଶ୍ଵାଳ ,ଗୋପାଳ ଚନ୍ଦ୍ର ଦାଶ,ଶିକ୍ଷକନେତା ରାଜେନ୍ଦ୍ର ପ୍ରସାଦ ସିଂ,ରାଜେନ୍ଦ୍ର ଦାଶ,ପ୍ରମୋଦ ନାୟକ,ବଂଶୀଧର ନାୟକ,ପ୍ରଦୀପ ନାୟକ, ଗନ୍ଧର୍ବ ଲେଙ୍କା ପୂର୍ବତନ ସରପଚଂ ପ୍ରଭାତ ରଞନ ପ୍ରଧାନ ଓ ଅନ୍ୟବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ। ଶେଷରେ ବରିଷ୍ଠ ନାଗରିକ ମଚଂର କୋଷାଧ୍ୟକ୍ଷ ଚର୍ତୃଭୂଜ ରାଉଳ ଧନ୍ୟବାଦ ଦେଇଥିଲେ ।

Comments are closed.