Browsing Category

ଜିଲ୍ଲା

୧୫ ହଜାର ଟଙ୍କା ନ ଫେରାଇବାରୁ ପୂର୍ବତନ ୱାର୍ଡମେମ୍ବରଙ୍କୁ ହତ୍ୟା

ଫୁଲବାଣୀ: ଧାର ନେଇଥିବା ୧୫ ହଜାର ଟଙ୍କା ନ ଫେରାଇବାରୁ ପୂର୍ବତନ ୱାର୍ଡମେମ୍ବରଙ୍କୁ ହତ୍ୟା। ପୁଲିସ ହତ୍ୟାକାରୀକୁ ଧରିବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ହତ୍ୟାର ଶିକାର ପୂର୍ବତନ ୱାର୍ଡମେମ୍ବର ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଶିନୀପଦର…

ନୟାଗଡ଼ ଜିଲ୍ଲା ରଣପୁରର ପ୍ରସିଦ୍ଧ ମା’ମଣିନାଗ ପୀଠରେ : ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କଲେ –…

ନୟାଗଡ଼ ଜିଲ୍ଲା ରଣପୁରର ପ୍ରସିଦ୍ଧ ମା’ ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ପର୍ଯ୍ୟଟକ ସୁବିଧା ନିମନ୍ତେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁରୁବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି ।…

ଜୀବନ ବଂଚାଇବାକୁ ସମୁଦ୍ରକୁ ଡେଇଁଲେ ୧୦ ମତ୍ସ୍ୟଜୀବୀ

ଧାମରା: ମଝି ସମୁଦ୍ର ଭିତରେ ମାଛଧରା ବୋଟରେ ନିଆଁ ଲାଗିଛି। ଫଳରେ କୋଟିଏରୁ ଅଧିକ ଟଙ୍କାର ଜିନିଷ୍ଟ ନଷ୍ଟ ହୋଇଯାଇଛି। ମାତ୍ର ଏଥିରେ ଥିବା ମତ୍ସ୍ୟଜୀବୀମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଗଭୀର ସମୁଦ୍ର ଭିତରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ…

ହୀରାଖଣ୍ଡ ଏକ୍ସପ୍ରେସର ନାମ ପରିବର୍ତ୍ତନ ପାଇଁ ସାଂସଦଙ୍କୁ ପ୍ରସ୍ତାବ

ଜୟପୁର: ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ଇଷ୍ଟ କୋଷ୍ଟ ରେଳୱେ ସମ୍ବଲପୁର ଓ ୱାଲଟିୟର ଡିଭିଜନ ସହ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଅଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଣୁ ସେ ବିଭିନ୍ନ ବର୍ଗର ଲୋକଙ୍କର ମତାମତ ଓ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ। ଜୟପୁର ରେଳଷ୍ଟେସନରେ ଗତ କିଛି…

ଭସାଣି ଶୋଭାଯାତ୍ରା ବେଳେ ୨ ସାହି ମଧ୍ୟରେ ମୁହାଁମୁହିଁ

କଟକ: ଦଶହରା ‌ପରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ସମୟରେ ଗୁରୁବାର କଟକ ସହରରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଉଭୟ ଗୋଷ୍ଠୀର ଉତ୍ତ୍ୟକ୍ତ ଲୋକେ ଢେଲାପଥର ମାଡ଼ କରିଥିବା ଜଣାପଡ଼ିଛି। ସୁରକ୍ଷା ପାଇଁ ମୁତୟନ ଥିବା କିଛି ପୁଲିସ କର୍ମଚାରୀ ସାମାନ୍ୟ ଆହତ ଥିବା ଜଣାଯାଇଛି।…

ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ଗୃହ ନିର୍ମାଣ ଓ ମରାମତି ର ଟଙ୍କା ଖାଇ ଦଶହରା ପାଳନ କଲେ ସିଡିଏମଓ ଏବଂ ଗୋଷ୍ଠୀ

ବୌଦ୍ଧ: ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ପ୍ରାଣକେନ୍ଦ୍ର ରୂପେ ପରିଚିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଏବେ ପଡିଛି ଶନି ରାହୁ ଓ କେତୁଙ୍କ ନଜର। ଆଉ ଖୋଦ୍ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ସାଜିଛନ୍ତି ଏସବୁ ପାଇଁ ମୂଖ୍ୟ ଅଭିନେତା ବୋଲି ଶୁଣିବାକୁ ମିଳୁଛି। ଘଟଣା ସମ୍ପର୍କରେ ବୁଝୁ ବୁଝୁ ଜଣା…

ଦାରିଙ୍ଗବାଡ଼ିରେ ଭୂସ୍ଖଳନ ଭୟ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ଗତ ଲଘୁଚାପ ବର୍ଷାରେ ଭୁସ୍ଖଳନ ହୋଇ ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡ଼ା ଖସିଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ହୋଇଥିଲା। ଏହି ଖବର ପାଇ ବ୍ଳକ ଓ…

ଗଞ୍ଜେଇ ଚାଲାଣ ମାମଲା : ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୯ ଜଣ ଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ…

ଢେଙ୍କାନାଳ-ଅନୁଗୁଳ ଗସ୍ତରେ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର: ପବିତ୍ର ଦଶହରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‌ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅନୁଗୁଳ ଜିଲ୍ଳା ବଉଳିଗଡ଼ ଠାରେ ଥିବା ପୂଜା ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି।…

ଚାନ୍ଦୋଳ ବଜାର ର ଉଜ୍ୱଳ ଆଲୋକିକରଣ ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କ କରକମଳରେ ଲୋକାର୍ପିତ ହୋଇଅଛି |

ଚାନ୍ଦୋଳ ବଜାର ର ଉଜ୍ୱଳ ଆଲୋକିକରଣ  କାର୍ଯ୍ୟ ଆଜି ମାନ୍ୟବର ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କ କରକମଳରେ ଲୋକାର୍ପିତ ହୋଇଅଛି | ଡେରାବିଶ ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ଦେବାଶିଷ ଆଚାର୍ଯ୍ୟଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିୟ ଅତିଥି ଭାବରେ…