ଚାନ୍ଦୋଳ ବଜାର ର ଉଜ୍ୱଳ ଆଲୋକିକରଣ ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କ କରକମଳରେ ଲୋକାର୍ପିତ ହୋଇଅଛି |

ଚାନ୍ଦୋଳ ବଜାର ର ଉଜ୍ୱଳ ଆଲୋକିକରଣ  କାର୍ଯ୍ୟ ଆଜି ମାନ୍ୟବର ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କ କରକମଳରେ ଲୋକାର୍ପିତ ହୋଇଅଛି | ଡେରାବିଶ ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ଦେବାଶିଷ ଆଚାର୍ଯ୍ୟଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିୟ ଅତିଥି ଭାବରେ ଯୋଗଦେଇଥିଲେ ବିଜେଡି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ସଞ୍ଜୟ ଅଗ୍ରୱାଲା | ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ସେଠି, ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଅରବିନ୍ଦ ମଲ୍ଲିକ, ଶ୍ରୀଯୁକ୍ତ ଧନେଶ୍ୱର ସେଠି,ଶ୍ରୀଯୁକ୍ତ ପ୍ରମୋଦ ରଥ,ଗରଦପୁର ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ଶଶାଙ୍କ ପରିଡା, ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ମନିଦ୍ର ରଥ,ଚାନ୍ଦୋଳ ପଂଚାୟତ ସମିତି ସଭ୍ୟା ଶ୍ରୀମତୀ ମଞ୍ଜୁଲତା ମିଶ୍ର, ଚାନ୍ଦୋଳ ପଂଚାୟତ ବିଜେଡି ସଭାପତି ଶ୍ରୀଯୁକ୍ତ ଦେବରାଜ ମହାପାତ୍ର,ମୁକୁନ୍ଦପୁର ପଂଚାୟତ ର ପୃର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଯୋଗାନନ୍ଦ ମହାନ୍ତି,ବିଜେଡି ନେତା ଶ୍ରୀଯୁକ୍ତ ରଜନୀକାନ୍ତ ମହାନ୍ତି,ଓଡ଼ିଶା ମୋପରିବାର ର BSKY Card ର ସହାୟକ ସଂଯୋଜକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ପ୍ରଧାନ,ଡେରାବିଶ ବ୍ଲକ କମିଟିର ନେତୃବୃନ୍ଦ,ଯୁବ, ଛାତ୍ର ଏବଂ ମହିଳା ବିଜେଡି ର ଅନେକ କର୍ମକର୍ତା | ଆଜିର ଏହି ଉଦ୍ଘାଟନ ଉତ୍ସବ ଚାନ୍ଦୋଳ ବଜାର ର ବ୍ୟବସାୟି ଭାଇମାନଙ୍କ ମନରେ ଆନଂଦ ର ଲହରୀ ଖେଳାଇ ଦେଇଥିଲା |

Comments are closed.