ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ଗୃହ ନିର୍ମାଣ ଓ ମରାମତି ର ଟଙ୍କା ଖାଇ ଦଶହରା ପାଳନ କଲେ ସିଡିଏମଓ ଏବଂ ଗୋଷ୍ଠୀ

ବୌଦ୍ଧ: ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ପ୍ରାଣକେନ୍ଦ୍ର ରୂପେ ପରିଚିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଏବେ ପଡିଛି ଶନି ରାହୁ ଓ କେତୁଙ୍କ ନଜର। ଆଉ ଖୋଦ୍ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ସାଜିଛନ୍ତି ଏସବୁ ପାଇଁ ମୂଖ୍ୟ ଅଭିନେତା ବୋଲି ଶୁଣିବାକୁ ମିଳୁଛି। ଘଟଣା ସମ୍ପର୍କରେ ବୁଝୁ ବୁଝୁ ଜଣା ପଡ଼ିଲା ଯେ, ଅସରାଏ ବର୍ଷା ରେ ବୌଦ୍ଧ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପାଣି ଗଳିବା ସହ ରୋଗୀସେବା ପାଇଁ ଆସୁଥିବା ବେଳେ କିପରି ଭାବରେ ହଇରାଣ ହରକତ ହୋଇଥାନ୍ତି ତା’ର ନଗ୍ନ ଚିତ୍ର। ଟିକିଏ ବର୍ଷା ରେ ମୁଖ୍ୟ ଚିକିତ୍ସାଳୟ ଫାଟକ ପାଖରୁ ଆରମ୍ଭ କରି ଉପର ମହଲା ସିଡ଼ି ରାସ୍ତା ଯାହାକି ନୂତନ ଶୈଳୀରେ ତିଆରି ହୋଇଥିବା ଏମରଜେନସି କେବିନ କୁ ଯିବାବେଳେ ଟିକିଏ ବର୍ଷା ରେ ପାଣି ଗଳୁଛି। ନୂଆକରି ନିର୍ମିତ ହେଇଥିଲା ବେଳେ ତାର ଆଜି ପର୍ଯ୍ୟନ୍ତ ଏହି ନିର୍ମାଣ କାର୍ଯ୍ୟର ବ୍ୟୟ ଅଟକଳର ଆକଳନ ସୂଚନା ଫଳକ ନାହିଁ ଏବଂ ସରକାର ଙ୍କ କେଉଁ ଯୋଜନାରେ ତିଆରି କରାଯାଉଛି ସେ ସମ୍ପର୍କରେ କୌଣସି ଲେଖା ନାହିଁ। ଏଥିରୁ ଯେକୋୖଣସି ଲୋକ ବାରି ପାରିବେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ କିପରି ଚାଲିଛି ପ୍ରତିଟି ବିକାଶ ଯୋଜନା।

ଏସବୁ କାର୍ଯ୍ୟ ସହିତ ସାମିଲ ଅଛନ୍ତି ଖୋଦ୍ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଓ ସରକାରୀ ଯନ୍ତ୍ରୀ ବୋଲି ଶୁଣିବାକୁ ମିଳୁଛି। ମୂଖ୍ୟ ଚିକିତ୍ସାଧିକାରୀଙ୍କ ଜାଣତରେ ସଭିଏଁ ମିଳିମିଶି ଅନ୍ଧାରିଆ ଇଙ୍ଗିତରେ ଅଣଦେଖା କରୁଥିବା ବେଳେ ପରସ୍ପର ଭିତରେ ଥିବା ମଧୁଚନ୍ଦ୍ରିକା ରେ ଚାଲିଛି ନିର୍ମାଣ କାର୍ଯ୍ୟକ୍ରମ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ଏହାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର ବୋଲି ଦାବି କରିଥିଲେ ମଧ୍ୟ ଆଉ କିଛି କହୁଛନ୍ତି ତୁ ଗୁହାରି କରିବୁ ଯାହାକୁ ଆମେ ଘଇତା କରିଛୁ ତାକୁ। ଏଭଳି ଢଙ୍ଗରେ ଜିଲ୍ଲାର ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି ବୋଲି ସଚେତନ ନାଗରିକ ମଞ୍ଚ ସନ୍ଦେହ କରୁଛି।

Comments are closed.