ଭାସ୍କର ରାଓଙ୍କ ବିରୋଧରେ ଟ୍ରକ ମାଲିକ ସଂଘ ଆର୍ଥିକ ଅନିୟମିତା ଅଭିଯୋଗ।

0

ରାୟଗଡ଼ା- ରାୟଗଡ଼ା ଟ୍ରକ ମାଲିକ ସଂଘ ଟଙ୍କା ହେରଫେରକୁ ନେଇ ଟ୍ରକ ମାଲିକ ସଂଘ ସଭାପତି ୱାଇ .ଭେଙ୍କଟେଶ୍ବର ରାଓ ପୂ୍ର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ବିରୋଧରେ ଏତଲା ଦେଇଛନ୍ତି।ଭାସ୍କର ରାଓ ଏବଂ ଅନ୍ୟ ତିନିଜଣଙ୍କ ନାମରେ ଏତଲା ଦିଆଯାଇଛି।
ପୂର୍ବରୁ ମଧ୍ୟ ଭେଙ୍କଟେଶ୍ବର ରାଓ ସମ ଅଭିଯୋଗ ଆଣି ଶ୍ରୀ ରାଓଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଥିଲେ। ଦେଇଥିବା ଏତଲା ଅନୁଶାରେ , ଗତ ୪୦ ବର୍ଷ ଧରି ଟ୍ରକ ମାଲିକ ସଂଘ ଦାୟିତ୍ୱରେ ରହିଥିବା କର୍ମକର୍ତାମାନେ ଅର୍ଥ ରାଶି ହେରଫେର କରିଛନ୍ତି। ଭାସ୍କର ରାଓ ପାଖାପଖି ୬୦ କୋଟି ଟଙ୍କା ହେରଫେର କରିଥିବା ଦର୍ଶାଇଛନ୍ତି।
ପୂର୍ବରୁ ମଧ୍ୟ ଭାସ୍କର ରାଓଙ୍କ ବିରୋଧରେ ଏତଲା ଦିଆଯାଇଥିବା ବେଳେ, ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ପରିବର୍ତେ ଓଲଟା ଭେଙ୍କେଟେଶ୍ୱରଙ୍କୁ ଦସ୍ତାବିଜ ଓ ତଥ୍ୟ ମାଗୁଛନ୍ତି ବୋଲି ଅଭିଯୋଗ କରି ଅସନ୍ତୋଷ ଜାହିର କରିଥିଲେ।
ଏନେଇ ରାୟଗଡା ପୁଲିସ ନୋଟିସ ଜାରି କରି ତଥ୍ୟ ମାଗିବାରୁ ଭେଙ୍କଟେଶ୍ବର ରାଓ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଭାସ୍କର ରାଓଙ୍କ ବିରୋଧରେ କୌଣସି ଦସ୍ତାବିଜ ଦେଇ ପାରିନଥିଲେ । ସୂଚନାଯୋଗ୍ୟଯେ ଗତ ୨୦୨୦ ମସିହାରେ ଟ୍ରକ ମାଲିକ ସଂଘ ରେଜିଷ୍ଟ୍ରେସନ ହୋଇଥିଲା ବେଳେ ପୂର୍ବରୁ ସଂଘ ନାମରେ କୌଣସି ପ୍ରକାର ଆବଶ୍ୟକିୟ କାଗଜପତ୍ର ନାହିଁ । ଭେଙ୍କେଟେଶ୍ୱର ରାଓ ପୂର୍ବତନ ସାଂସଦ ଶ୍ରୀ ରାଓଙ୍କ ସହଯୋଗି ରୂପେ କାର୍ଯ୍ୟ କରୁଥିଲେ । ସଂଘ ପଞିକୃତି ହୋଇନଥିବା ବେ‌ଳେ ଭେଙ୍କଟେଶ୍ବର ରାଓ ଓ ତାଙ୍କର ସହଯୋଗି ମାନେ ଜିଲ୍ଲାରେ ଆତଯାତ ହେଉଥିବା ପରିବହନ ଏବଂ ଟ୍ରକ କଥା ବୁଝୁଥିଲେ । କିନ୍ତୁ ପୂର୍ବତନ ସାଂସଦ ଶ୍ରୀ ରାଓ ତାଙ୍କୁ ସୁଯୋଗ ନଦେବାରୁ ସେହିଦିନ ଠାରୁ ବିଭିନ୍ନ ସ୍ଥାନରେ ରିତିମତ ଅଭିଯୋଗ କରୁଛନ୍ତି । ବିଜେଡି ନିର୍ବାଚନ ହାରିଲା ପରେ ଭେଙ୍କଟେଶ୍ବର ବିଜେପିରେ ଯୋଗଦାନ କରିଥିଲେ । ଅଭିଯୋଗ ପରେ ଭାସ୍କର ରାଓ ତାଙ୍କ ବିରୋଧରେ ‌ହୋଇଥିବା ଅଭିଯୋଗ ସଂପୂର୍ଣ ଭିତ୍ତିହିନ ଏବଂ ତାଙ୍କୁ ବଦନାମ କରିବା ପାଇଁ କିଛି ବ୍ୟକ୍ତି ଷଡଯନ୍ତ୍ର କରି ଏଭଳି ଅଭିଯୋଗ କରିଥିବା ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.