Browsing Category

ଜିଲ୍ଲା

ବାଟବଣା ହେଉଛି କୃଷି ଯୋଜନା

ଭୁବନେଶ୍ବର : କେବଳ ରାଜ୍ୟ ନୁହେଁ କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ପ୍ରତି ଅବହେଳା କରୁଛନ୍ତି। ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ରୀୟ ବଜେଟ୍‌ରେ ବ୍ୟୟ ବରାଦ କରାଯାଉଛି, ହେଲେ ଏ ଅର୍ଥ ଠିକ୍ ସମୟରେ ଆସୁନାହିଁ। ଏଣୁ ଅର୍ଥ ଖର୍ଚ୍ଚରେ ସମସ୍ୟା ସୃଷ୍ଟି ହେଉଛି। ଜଣାପଡ଼ିଛି ଯେ ତିନି ବର୍ଷ ମଧ୍ୟରେ…

ଆସନ୍ତାକାଲି ଧାମନଗରରେ ଭୋଟ୍: ମତଦାନ ଲାଗି ସମସ୍ତ ପ୍ରସ୍ତୁତି ‌ଶେଷ, ସମ୍ବେନଶୀଳ ବୁଥ ଉପରେ କଡ଼ା ନଜର

ଭୁବନେଶ୍ବର:  ଆସନ୍ତାକାଲି ଧାମନଗର ଉପନିର୍ବାଚନ ପାଇଁ ଭୋଟ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥରେ ସବୁ ପ୍ରକାର ପୋଲିଂ କର୍ମଚାରୀ ନିୟୋଜିତ ହୋଇ ସାରିଛନ୍ତି । ସମୁଦାୟ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମତଦାନ ସଂପର୍କିତ ସମସ୍ତ ସୂଚନା ଏକ…

ଶ୍ରୀମନ୍ଦିରରୁ ଖସିଲା ପଥର

ପୁରୀ: ଶ୍ରୀମନ୍ଦିର ରତ୍ନବେଦୀ ପଛପାର୍ଶ୍ବରୁ ଚୂନ ଖସିବାର କିଛିଦିନ ପରେ ପୁଣିଥରେ ଶ୍ରୀମନ୍ଦିରରୁ ପଥର ଖସିଛି। ଶ୍ରୀମନ୍ଦିର ମୁଦୁଲି ଦ୍ବାର ପାର୍ଶ୍ବ ନାଟମଣ୍ଡପ ଉପରୁ ଏହି ପଥର ଖସିଥିବା ବେଳେ ଏହା ଆକାରରେ ବହୁତ ବଡ଼ ବୋଲି ସେବାୟତମାନେ କହିଛନ୍ତି। ଫଳ‌ରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ…

ମହାବାତ୍ୟାକୁ ପୂରିଲା ୨୩ ବର୍ଷ: ଆତ୍ମୀୟଙ୍କୁ ଝୁରିଝୁରି ବିତୁଛି ଦିନ

ଅସ୍ତରଙ୍ଗ: ମହାବାତ୍ୟାକୁ ପୂରିଛି ୨୩ବର୍ଷ। ୧୯୯୯ ଅକ୍ଟୋବର ୨୯ରେ ଚିଲିକାରୁ ଚାନ୍ଦବାଲି ଯାଏ ମହାବାତ୍ୟା ତା’ର ପ୍ରକୋପ ଦେଖାଇଥିଲା। ତେବେ ଜଗତସିଂହପୁର ଜିଲ୍ଲା ସମେତ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକ୍‌ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଦୀର୍ଘ ୩୬ ଘଣ୍ଟା ଧରି…

ଗୁମ୍ମା ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରକ୍, ବର୍ତ୍ତିଗଲେ ଡ୍ରାଇଭର୍‌, ହେଲ୍‌ପର ଓ ଟ୍ରକ୍‌ ମାଲିକ

ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାଠ ବୋଝେଇ ଟ୍ରକ ଘାଟି ତଳକୁ ଓଲଟି ପଡିଛି। ସୌଭାଗ୍ୟବଶତଃ ଟ୍ରକ ଡ୍ରାଇଭର, ହେଲପର ଓ ମାଲିକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଆଜି ସକାଳେ ଟ୍ରକଟି କାଠ ବୋଝେଇ କରି…

କାଳୀଭସାଣି: ଗତକାଲି ୨ଟି, ରାତି ୧୨ସୁଦ୍ଧା ୨୫ ମେଢ଼ ବିସର୍ଜିତ

କଟକ: ଆଜି ପ୍ରଥମେ ପାଣିକୁ ଗଲେ ବଙ୍ଗ‌ାଳୀସାହି ମଠ,  ୨୪ତାରିଖ, ସୋମବାରଠାରୁ ମଣ୍ଡପରେ ପୂଜା ପାଉଥିବା ମା’ କାଳୀଙ୍କୁ ଆଜି ବିଦାୟ ଦିଆଯାଇଛି। ଆଜି ପ୍ରଥମ ମେଢ଼ ଭାବେ ବଙ୍ଗାଳୀସାହି ମଠ ମେଢ଼ ପୁରୀଘାଟ ଦେବୀଗଡ଼ା ଗଡ଼ିଥିବା ବେଳେ ପଛକୁ ପଛ ଷ୍ଟେସନବଜାର ମେଢ଼ ଓ ବାଦାମବାଡ଼ିସ୍ଥିତ ଓଏସ୍‌ଆର୍‌ଟିସି…

ବାଇକ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା: ଚାଲିଗଲା ବାପ ଓ ଝିଅଙ୍କ ଜୀବନ

କଟକ: ଗତକାଲି ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜଗତପୁର ଥାନା କାଜି ବଜାର ନିକଟରେ ବାଇକ୍ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟଚ ଘଟିଛି। ମିଳିଥିବା ସୂଚନା ମୁତାବକ ସତ୍ୟଭାମାପୁର…

ଏଆର୍‌ସିଏସ୍‌ଙ୍କୁ ପ୍ରାଣାନ୍ତକ ଆକ୍ରମଣ, କାର୍ଯ୍ୟାଳୟ ଭଙ୍ଗାରୁଜା

ଆଠଗଡ଼: ଆଠଗଡ଼ସ୍ଥିତ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ (ଏଆର୍‌ସିଏସ୍‌) ଅଶୋକ କୁମାର ପାଣିଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଅପରାହ୍ଣରେ ବଡ଼ମ୍ବା ବ୍ଲକ୍‌ ଗୋପପୁର ସେବା ସମବାୟ ସମିତି ସମ୍ପାଦକ ସୂର୍ଯ୍ୟମଣି ସାମନ୍ତରାୟ ଏଆରସିଏସ୍‌ଙ୍କ…

ନକଲି ଔଷଧ କାରବାର ମାମଲା: ପୁଣି ୨ ଅଭିଯୁକ୍ତ ଗିରଫ, ୮ ହଜାର ଷ୍ଟ୍ରିପ ନକଲି ଟେଲମା୪୦ ଜବତ

କଟକ: ନକଲି ଔଷଧ କାରବାର ମାମଲାରେ କଟକ କମିସନରେଟ ପୁଲିସ କଟକରୁ ଆଉ ଦୁଇ ଜଣକୁ ଗିରଫ କରିଛି। ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟି ସିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୮ ହଜାର ଷ୍ଟ୍ରିପ ନକଲି ଟେଲମା୪୦ ଔଷଧ ଜବତ କରାଯାଇଛି,…

କେନ୍ଦ୍ରାପଡାରେ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କ୍ୟାରିଅର କାଉନସେଲିଂ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ କ୍ୟାରିଅର କାଉନସେଲିଂ ସଭା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ରସାୟନ ବିଭାଗର ମୁଖ୍ୟ ଡଃ. ଦେବେନ୍ଦ୍ର ଗୋଛାୟତ ଏହି ସଭାରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ…