କେନ୍ଦ୍ରାପଡାରେ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କ୍ୟାରିଅର କାଉନସେଲିଂ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ କ୍ୟାରିଅର କାଉନସେଲିଂ ସଭା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ରସାୟନ ବିଭାଗର ମୁଖ୍ୟ ଡଃ. ଦେବେନ୍ଦ୍ର ଗୋଛାୟତ ଏହି ସଭାରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଆମେରିକାସ୍ଥିତ ସାନ ଡିଏଗୋ ମେଡିକାଲ ଏବଂ ସାଇଣ୍ଟିକ ଆଫେୟାର୍ସ, ବାୟୋସାଇନ୍ସର ବରିଷ୍ଠ ବୈଜ୍ଞାନିକ ଡଃ. ବିମଳେନ୍ଦୁ ଜେନା ଛାତ୍ରଛାତ୍ରୀମାନଙ୍କୁ ନିଜ ଉପରେ ଆତ୍ମବିଶ୍ୱାସ ରଖିବା ସହିତ ନିଜ ପାଇଁ ସଫଳତା ନିଜେ ନିର୍ଦ୍ଧାରଣ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଏଥିସହିତ ଆଜି ଦିନରେ ଯେତେ ଅଧିକ ତଥ୍ୟ ସଂଗ୍ରହ କରିବେ ତାହା ତାଙ୍କର ସଫଳତା ପାଇଁ ଉପାଦେୟ ହେବ ବୋଲି ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ କଲେଜ ପରିଚାଳନା ପରିଷଦର ସଦସ୍ୟ ପ୍ରଫେସର ଅଜୟ ସାମଲ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ ସେମାନେ ତାଙ୍କର ପୁରାତନ ଛାତ୍ରଛାତ୍ରୀମାନଙ୍କର ପ୍ରତିଷ୍ଠାରେ ଗୈ÷ାରବାନ୍ୱିତ ଅନୁଭବ କରିବା ସହିତ ନିଜେ କେମିତି ଆହୁରି ଆଗକୁ ଯାଇପାରିବେ ସେଥିପାଇଁ ଉତ୍ସାହିତ ହୁଅନ୍ତୁ । ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପୂର୍ବାଶା ପ୍ରିୟଦର୍ଶିନୀ ସଭାକୁ ସଂଯୋଜନା କରିଥିଲେ । ଅଧ୍ୟାପକ ଆନନ୍ଦ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ପ୍ରାଧ୍ୟାପକ ଜ୍ଞାନୀନ୍ଦ୍ର ଦାଶ, ମେଜର ମନୋରଞ୍ଜନ ମହାନ୍ତି, ଡଃ. ସଞ୍ଜୀବ ମହାନ୍ତି, ଡଃ. ପ୍ରଭାକର ମଲ୍ଲିକ, ଅଶୋକ କୁମାର ଦାସ, ଦେବକାନ୍ତ ଷଡଙ୍ଗୀ, ଡଃ. ହାରାଚାନ୍ଦ ମହାନ୍ତି, ଜ୍ଞାନରଞ୍ଜନ ଦାସ, ଫ୍ୱାଇ.ପଦ୍ମାବତୀ, ସୁବ୍ରତ କୁମାର ପାତ୍ର, ବିକାଶ କୁମାର ପ୍ରଧାନ, ମଧୁସ୍ମିତା ସିଂଙ୍କ ସମେତ କଲେଜର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Comments are closed.