ଜୟ ଜୟ ବୈଷ୍ନୋଦେବୀ

ଅର୍ଜୁନୀ ଚରଣ ବେହେରା

ଜୟଜୟ ବୈଷ୍ନୋଦେବୀ ପରମ ବୈଷ୍ଣବୀ l
ହିମାଦ୍ରୀକନ୍ଦରେ ବିଜେ ମାଆ ମହାଦେବୀ ll
କାଳୀ, ଲକ୍ଷ୍ମୀ, ସରସ୍ବତୀ, ତ୍ରି ଶକ୍ତି ରୂପରେ l
ବାସ ତୋ’ର ମାତା ଗିରି ଗୁହା ଅନ୍ଧକାରେ ll
ମୋଡ଼ି,ମୋଡ଼ି,ପାହାଡ଼ିଆ ଉଚ୍ଚରାସ୍ତା ଚଢ଼ି l
ସର୍ପିଳ ରାସ୍ତାରେ ଭକ୍ତେ, ପିପିଲିକା ଧାଡ଼ି ll
କେତେ ରଙ୍କ,ଧନୀ,ମାନୀ,ବିଜ୍ଞ କୋଟିପତି l
ଅଭିନେତା, ରାଜନେତା, କରୁଣା ବାଞ୍ଛନ୍ତି ll
କରୁଣା ମୟୀ ମାଆ ତୋ’ କରୁଣା ପଣତ l
ଅଭୟ ଆଶ୍ରୟ ସର୍ବେ ଲୋଡ଼ି ଥାନ୍ତି ଭକ୍ତ ll
ଲବେ ଉଣାନାହିଁ ତୋର କାହାରେ କରୁଣା l
ତୁହି ମାଆ, ସର୍ବେ ତୋର ସନ୍ତାନଟି ସିନା ll
ଶରଣ ପଶିଲେ ସର୍ବେ ତେଜି ଅହଂକାର l
ତଵ ନାମେ ଶୁଭେ ଚତୁର୍ଦିଗେ ଜୟକାର ll
ଚିଦାନନ୍ଦ ମୟୀ ମାଗୋ ସର୍ବ ସିଦ୍ଧି ଦାତ୍ରୀ l
ଗାୟତ୍ରୀ,ସାବିତ୍ରୀ ମାତା ତୁହି ଜଗଦ୍ଧାତ୍ରୀ ll
ତୋର ନାମ ଉଚ୍ଚାରଣ ଗାୟତୀରି ଛନ୍ଦ l
ଅଜ୍ଞାନ ମାନସୁ ମାତେ ଯାଏ କଟି ଦ୍ୱନ୍ଦ୍ୱ ll
ଅଭୟ ପଦ ଯୁଗଳେ ଲୋଡ଼ିଲି ଆଶ୍ରୟ l
ଯଶଦେବୁ ଜ୍ଞାନ ଦେବୁ ଦେବୁ ବରାଭୟ ll
ଶିରେ ମୋର ହସ୍ତ ସଦା ରଖିଥିବୁ ମାତେ l
ଜଗତ ଜନନୀ ମାଆ ନମସ୍ତେ ନମସ୍ତେ ll
🙏🙏🙏
ଅର୍ଜୁନୀ
———-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.