ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ ଅନ୍ତ୍ୟୋଦୟ ଗୃହ ଯୋଜନା ଏବେ ୨୦୨୭ ପରିବର୍ତ୍ତେ ୨୦୨୯ ମସିହା ପର୍ଯ୍ୟନ୍ତ ଚାଲିବ। ସମସ୍ତଙ୍କ ପାଇଁ ଘର ଯୋଗାଇ ଦେବା ଲକ୍ଷ୍ୟ ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଯୋଜନାର ମୋଟ ଖର୍ଚ୍ଚ ୭,୫୫୦ କୋଟି ଟଙ୍କା ଅପରିବର୍ତ୍ତିତ ରହିବ। ତେବେ ୩,୫୦୦ କୋଟି ଟଙ୍କାର ରିପେୟାରିଂ କମ୍ପୋନେଣ୍ଟକୁ ଏବେ ନୂଆ ଘର ନିର୍ମାଣ ପାଇଁ ବ୍ୟବହାର କରାଯିବ।
ଯେଉଁ ହିତାଧିକାରୀମାନେ ୪୮,୫୦୦ ଟଙ୍କା କିମ୍ବା ତା’ଠୁ କମ୍ ପାଇଛନ୍ତି ଏବଂ ଅନ୍ୟ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହେବେ। ନୂଆ ହିତାଧିକାରୀ ଚିହ୍ନଟ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଶୀଘ୍ର ସର୍ଭେ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରୋତ୍ସାହନ ରାଶି ବୃଦ୍ଧି:
ଘର ଶୀଘ୍ର ଶେଷ କଲେ ଏବେ ଅଧିକ ପ୍ରୋତ୍ସାହନ ମିଳିବ।
ପୂର୍ବରୁ ୪ ମାସରେ ଘର ଶେଷ କଲେ ୨୦ ହଜାର ମିଳୁଥିଲା, ଏବେ ୫ ମାସରେ ଶେଷ କଲେ ୩୫ ହଜାର ମିଳିବ।
ପୂର୍ବରୁ ୬ ମାସରେ ଶେଷ କଲେ ୧୦ ହଜାର ମିଳୁଥିଲା, ଏବେ ୭ ମାସରେ ଶେଷ କଲେ ୨୦ ହଜାର ମିଳିବ।
ଏହାଦ୍ୱାରା ଆହୁରି ଅଧିକ ଗରିବ ପରିବାର ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଯୋଜନାରେ ମୂଳ ଲକ୍ଷ୍ୟ ୫ ଲକ୍ଷ ପରିବାରକୁ ଘର ଯୋଗାଇବା ଥିଲା। ବିଶେଷ କରି ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସେହି ଗରିବ ଓ ଅସହାୟ ପରିବାରଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।