ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ଵୁଲେଟ ! ଜଣେ ମୃତ ଜଣେ ଗୁରୁତର

0

ପଟ୍ଟାମୁଣ୍ଡାଇ୧୦/୮: ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ତନୁପୁର ଗ୍ରାମର ମାନସ ମଲିକ (୨୮)ଜିତୁଆ ମଲିକ (୨୬)ବାଇକ ଯୋଗେ ପଟ୍ଟାମୁଣ୍ଡାଇରୁ ବୁଲେଟ ମୋଟର ସାଇକେଲ ଯୋଗେ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟ ବାଡେଇ ହୋଇ ବନ୍ୟା ପାଣିରେ ପଡିଥିଲେ I ଉଭୟଙ୍କ ଉପରେ ବୁଲେଟ ଗାଡି ଚାପି ହୋଇଯାଇଥିଲା I ଉଭୟଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା I ମାତ୍ର ଏଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା I ତେବେ ମାନସଙ୍କ କେନ୍ଦ୍ରାପଡ଼ା ନେବା ବାଟରେ ତାର ମୃତ୍ୟୁ ହୋଇଥିବା ଖବର ମିଳିଛି I ମାତ୍ର ଜିତୁଆ ମଲିକ ଅବସ୍ଥା ସ୍ଥିର ଅଛି I ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି I

Leave A Reply

Your email address will not be published.