ବ୍ରାହ୍ମଣୀ ଓ କାଣି ନଦୀରେ ୨ୟ ବନ୍ୟା ପ୍ରବେଶ : ବ୍ୟାପକ ଅଂଚଳ ଜଳମଗ୍ନ !
ବନ୍ୟାଞ୍ଚଳଵାସୀ ଆତଙ୍କିତ
ପଟ୍ଟାମୁଣ୍ଡାଇ ୮/୮ : ସମ୍ପ୍ରତି ବାରମ୍ବାର ଲଘୁ ଚାପଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ,ଓ କାଣୀ ନଦୀରେ ୨ୟ ବନ୍ୟା ଆସିଛି Iପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ପୁଣି ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି Iପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତର ସିଂହଗାଁ, କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଅଂଚଳ ଓ ଚାଷଜମି ଜଳମଗ୍ନ ହୋଇ ପଡିଛି। ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ ଶାସନ ସେଠୀସାହି, ଜେନାସାହି, ପାହାନ୍ତାସିଂହସାହି,ତରଡ଼ିପାଳ ପଂଚାୟତରପୋଖରୀକୂଳ ଗୋପାଳପୁର,ଜେନାସାହି, ବିଶ୍ୱାଳ ସାହି, ନାଥସାହି,ମଲିକ ସାହି,ଘାଗରାଡିଆ, ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ, ବାଲିକିରା, ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ, ଜଗନ୍ନାଥପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ଅଂଚଳ ସହିତ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି I ନିକଟରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣାରେ ଜଣେ ମହିଳା ଓ ଗତବର୍ଷ ୨ଜଣଙ୍କ ମୃତ୍ୟୁ ଘଟିଥିବାରୁ ସମ୍ପ୍ରତି ବନ୍ୟା ବିପନ୍ନ ଅଂଚଳରେ କୁମ୍ଭୀର ଦେଖା ଯାଉଥିବା ଖବର ମିଳିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଛିI ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତ ବିଭିନ୍ନ ଅଂଚଳ ଓ ଚାଷଜମି ଜଳମଗ୍ନ ହୋଇପଡିଛି I ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, କଷଣଅଣ୍ଟା, ତଳବାଲିପଡ଼ା, ସିଦ୍ଧପାଟଣା, ବଳଦେବନଗର, ତନୁପୁର, ନନ୍ଦିନୀନଗର, କାକୁଡିପଲ୍ଲୀ, ନୂଆଗାଁ ଅଳଭା, ଷଣ୍ଢପଲ୍ଲୀ ଆଦି ଅଂଚଳର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି I ତନୁପୁର – ବାଲିପାଟଣା ରାସ୍ତା ବୁଡି ଯାଇଥିବାରୁ ତନୁପୁର ବାଲିପାଟଣା ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି Iବାଛରା – ମଣ୍ଡପଡା ରାସ୍ତା ବୁଡି ଯାଇଥିବାରୁ ବାଛରା ମଣ୍ଡପଡା ବାହ୍ୟଜଗତରୁ ବିଛିନ୍ନ ହୋଇଛି ମାଳିପୁର ରାସ୍ତା ବୁଡି ଥିବାରୁ ଶ୍ରୀରାମପୁର ଡାମରପୁର, ବଳଭଦ୍ରପୁର ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି I ବାରମ୍ବାର ବନ୍ୟା ଫଳରେ ବ୍ୟାପକ ଫସଲ ହାନିର ଆଶଙ୍କା ବଳବତ୍ତର ହୋଇଛି Iନିକଟରେ ଦେଖା ଦେଇଥିବା ବନ୍ୟାରେ ସମସ୍ତ ଅଂଚଳରୁ ଜଳ ନିଷ୍କାସିତ ହୋଇନଥିବାବେଳେ ବ୍ରାହ୍ମଣୀ ଓ କାଣୀ ନଦୀରେ ୨ୟ ବନ୍ୟା ସରକାର ଓ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି I