ଗଜପତି, 7/11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଦୀର୍ଘ 7 ମାସ ଧରି ଦରମା ନ ପାଇ ଗଜପତି ଜିଲ୍ଲାର ଶତାଧିକ ଆଉଟସୋସିଂ କର୍ମଚାରୀ ପରିବାରଙ୍କ ସହ ବାହୁ ଦୁଃଖ କଷ୍ଟରେ ଜୀବନଜାପାନ କରୁଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ଆର.ଉଦୟଗିରି, ମୋହନା, ନୂଆଗଡ଼, ରାୟଗଡ଼ ଓ ଗୁମ୍ଫା ବ୍ଳକର ବିଭିନ୍ନ ପଞ୍ଚାୟତରେ ଆଉଟସୋସିଂ ଭାବେ କାର୍ଯ୍ୟ କରୁଥିବା ୧୦୪ଜଣ ଗ୍ରାମ ସଭା ମୋବିଲାଇଜରଙ୍କୁ ଦୀର୍ଘ ୬ ମାସର ଦରମା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି. ସେମାନେ ମାସିକ କେବଳ ୧୪୦୦ ପ୍ରୋତ୍ସାହନ ରାଶିରେ କାର୍ଯ୍ୟ କରୁଥିଲେ. ସେମାନଙ୍କ କାମ ହେଲା ଦୈନିକ ପାହାଡ଼ ଚଢି ଗ୍ରାମ ସଭାର ଆୟୋଜନ ଜଙ୍ଗଲ ଅଧିକାର ଆଇନ, ପେସା ଅଧିକାର, ମନରେଗା ସମେତ ଅନ୍ୟାନ୍ୟ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା. ନିୟମିତ ଭାବେ ହାଜିରା, ଟୁର ଡାଏରି ଏବଂ ଫିଲ୍ଡ ରିପୋର୍ଟ ଜିଲ୍ଲା ନୋଡାଲ ଅଫିସରଙ୍କୁ ଦାଖଲ କରୁଛନ୍ତି।
ନିରନ୍ତର କାମ କରୁଥିଲେ ମଧ୍ୟ ୨୦୨୬ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ସେମାନଙ୍କୁ ଦରମା ମିଳିନାହିଁ। ବୋଝ ଉପରେ ନଳିତା ବିଡ଼ା ଭଳି ନିଯୁକ୍ତି ଅବଧିକୁ ପୁନଃ ନବୀକରଣ ମଧ୍ୟ କରାଯାଇନାହିଁ । ଏହି କର୍ମଚାରୀମାନେ ସମସ୍ତ ବିଭାଗୀୟ ଅଫିସରଙ୍କୁ ଲିଖିତ ଗୁହାରି ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କରି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇଥିଲେ ମଧ୍ୟ ନଭେମ୍ବର 7 ତାରିଖ ସୁଦ୍ଧା ପ୍ରତିଶ୍ରୁତିର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସେମାନେ ଦରମା ପାଇ ନ ଥିବା ଅଭିଯୋଗ କରିଛନ୍ତି. ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.