ବିବେକ ବାଣୀ

ସନାତନ ମହାକୁଡ଼

(୧)
ଆଜିରେ….
ବିବେକବାଣୀ କହେ
ବିବେକବୀଣାର ସୁର ତାଳେ ତାଳେ
ଲଳିତ କଣ୍ଠରେ ଗାଏ।
ବିବେକାନନ୍ଦଙ୍କ ଏକେଶ୍ଵର ବାଦ
ଜାଗରିତ ହେଉ ମନେ ନ ଆସୁ ପ୍ରମାଦ
‘ଅଭିଃ’ ମନ୍ତ୍ରରେ ଦୀକ୍ଷିତ ହେଉ
ମୋ ମାନବ ଜାତି ସମାଜ।
ପୂର୍ବେ ଉଦିତ ରବି ପଶ୍ଚିମେ ଉଇଁଲେ
ଆସିଯାଏ ସନ୍ଧ୍ୟାବେଳ
ସେହି ସନ୍ଧ୍ୟା ଖାଲି ଅନ୍ଧାର ନୁହେଁ
ମହାକାଳ ରାତ୍ରୀ ଜାଣ।
ପ୍ରାଚ୍ୟ ଯେବେ ଭୁଲି, ପାଶ୍ଚାତ୍ୟେ ମାତିବା
ହରାଇବା ଜାତି ପ୍ରୀତି,
ରହିଯିବ ମନେ ଭୀତି
ଜାଣିଶୁଣି ସିନା ସମାଜ ଆମର
ପତନେ କରୁଛି ଗତି।
ମୁକ୍ତିପାଇଁ ଲୋଡା ଖାଲି
ଓଜସ୍ବିନୀ ଭରା ବିବେକ ଜ୍ୟୋତି ।
(୨)
ଆଜିରେ….
ବିବେକବାଣୀ କହେ
ଶିକ୍ଷାର୍ଥୀ ଜୀବନେ ଗୁରୁପାଦ ସେବି
ଧନ୍ୟ କରିଯାଅ ନିଜକୁ
ଅଜ୍ଞାନ ଅନ୍ଧାର ଦୂର କରିଦିଅ
ଭୟ ନଥିବଟି ପଛକୁ।
ଉତ୍ସୃଙ୍ଖଳିତ ଏ ଯୁବ ସମାଜକୁ
ଦିଗ୍ ଦରଶନ ଦିଅ
ମୁନି ଋଷିଗଣ ଦେଇ ଯାଇଥିବା
ବ୍ରହ୍ମଚର୍ଯ୍ୟ ବ୍ରତ ଶିଖାଅ ।
ଜୀବନରେ ପୁଣ୍ୟ କରିବା ପାଇଁକି
ଯେବେ ଅଛି ନିଜ ମନ
ମାନବ ସେବାକୁ ମାଧବ ଭାବିଣ
ସେବା କରିଯାଅ
ଯେତେ ଦୁଃଖୀରଙ୍କି ଜନ ।
ନାରୀ ସମାଜକୁ ମାତୃଶକ୍ତି ଭାବି
ଅନନ୍ତ ଅନ୍ତରେ ପୂଜା କର
ତେବେ ଯାଇ ସିନା
ଗଢିବ ତୁମେ ସୁସ୍ଥ ନିର୍ମଳ ସଂସାର
ସ୍ବାମୀଜୀ ତେଣୁ ନିଜର ଅଙ୍ଗକୁ
ବସ୍ତ୍ରେ ପରିଧାନ କରି
ଦେଇଗଲେ ଶିକ୍ଷା ସଂଯମତାର
ରହିଗଲା ତାଙ୍କ ଶିରୀ ।

 

ଗ୍ରାମ/ପୋ.ଅ- ବେରୁଆଁବାରୀ
ଜିଲ୍ଲା-ନୟାଗଡ-୭୫୨୦୮୨, ଓଡ଼ିଶା ।
ଦୂରଭାଷ:୦୯୩୩୯୬୧୦୧୬୮
ଇ-ମେଲ-sanmahakud@gmail.com
ୱେବସାଇଟ: www.sanatanmahakud.in

Comments are closed.