ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଯୋଡ଼ା: କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବୈଦ୍ୟନାଥ ହୋଟେଲ ପଛ ପାଖରେ ଗତକାଲି ରାତ୍ରିରେ ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥଇବାର ଖବର ମିଳିଛି। ତାଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟିନେଇଥିବା ବି ଜଣାଯାଇଛି। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ଟିସ୍କୋ କର୍ମଚାରୀମାନେ ଟିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ ଏକ ଟ୍ରଲର ଡ୍ରାଇଭର୍ ହାଇଦ୍ରାବାଦରୁ ଯୋଡ଼ା ଟାଟାଷ୍ଟିଲ କମ୍ପାନିକୁ ମାଲ ନେଇ ଆସୁଥିଲାେ। ବୈଦ୍ୟନାଥ ହୋଟେଲ ପଛ ପଟେ ଟ୍ରଲରଟି ଛିଡ଼ା ହୋଇଥିଲା। ଏହି ସମୟରେ କିଛି ଦୁର୍ବୃତ୍ତ ଡ୍ରାଇଭରଙ୍କୁ ଚାନ୍ଦା ମାଗିଥିଲେ। ଚାନ୍ଦା ନ ଦେବାରୁ ସେମାନେ କାଚ ଭାଙ୍ଗି ଡ୍ରାଇଭରଙ୍କ ଶରୀରର ଚାରୋଟି ଜାଗାରେ ଛୁରାମାଡ଼ କରିଥିଲେ। ଡ୍ରାଇଭର ଜଣକ ହେଉଛନ୍ତି ଝାରଖଣ୍ଡ ରାଜ୍ୟ ଜାମସେଦପୁରର ଦିମିନା ଗାଁର ହୃଦୟାନନ୍ଦ ଯାଦବ।

Comments are closed.