ଭାରତରେ ତିଆରି ହେବ ଆଇଫୋନ-୧୪, କମିପାରେ ଦାମ୍ !

ନୂଆଦିଲ୍ଲୀ: ଆପଲ୍ ନିକଟରେ ଆଇଫୋନ୍ ୧୪ ସିରିଜ୍ ଲଞ୍ଚ କରିଛି। ଆଇଫୋନ୍ ୧୪ ସିରିଜ୍ ଅଧୀନରେ କମ୍ପାନି ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍, ଆଇଫୋନ୍ ୧୪ ପ୍ରୋ ଏବଂ ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ଲଞ୍ଚ କରିଛି। ଏହି ସବୁ ଫୋନର ମୂଲ୍ୟ ଅଧିକ ରହିଥିବା ବେଳେ କିଛି ଲୋକ ଚାହିଁବି ଏହାକୁ କିଣିପାରୁନାହାନ୍ତି। ଏମଧ୍ୟରେ ଭାରତୀୟ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, ଆଇଫୋନ୍ ୧୪ ସିରିଜର ଉତ୍ପାଦନ ଭାରତରେ ଆରମ୍ଭ ହେବ। ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଆପଲ୍ ଭାରତରେ ଆଇଫୋନ୍ ଆସେମ୍ବଲ କରିଆସୁଛି।

ଉତ୍ପାଦନର ଅର୍ଥ ଏହା ନୁହେଁ ଯେ ଆଇଫୋନ୍ ଗୁଡିକ ଭାରତରେ ତିଆରି ହେବ। ତିଆରି ହେବା ପରିବର୍ତ୍ତେ ବାହାର ଦେଶରୁ ବିଭିନ୍ନ ଡିଭାଇସ ଆଣି ଏହାକୁ ଭାରତରେ ଆସେମ୍ବଲ କରାଯିବ। ଆପଲ୍ ଏକ ବିବୃତିରେ କହିଛି ଯେ, ଆଇଫୋନ୍ ୧୪ ଲାଇନ୍ଅପ୍ ଗ୍ରାଉଣ୍ଡବ୍ରେକିଂ ଟେକ୍ନୋଲୋଜି ଏବଂ ସୁରକ୍ଷା ବୈଶିଷ୍ଟ୍ୟ ସହିତ ଲଞ୍ଚ କରାଯାଇଛି। ଭାରତରେ ଆଇଫୋନ୍ ୧୪ଉତ୍ପାଦନ କରିବାକୁ ନେଇ ଆମେ ଅତ୍ୟଧିକ ଉତ୍ସାହିତ।

ରିପୋର୍ଟ ଅନୁଯାୟୀ, ଆଇଫୋନ୍ ୧୪ ଭାରତରେ ଫକ୍ସକନ୍ ଚେନ୍ନାଇ ପ୍ଲାଣ୍ଟରେ ଆସେମ୍ବଲ ହେବ। ୨୦୨୫ ସୁଦ୍ଧା ଆପଲ୍ ଏହାର ସମଗ୍ର ଉତ୍ପାଦନ ଲାଇନର ୨୫% ଭାରତକୁ ସ୍ଥାନାନ୍ତର କରିବାକୁ ଚାହୁଁଥିବା ଜଣାପଡ଼ିଛି। ସାଧାରଣତଃ ପୂର୍ବରୁ ଭାରତରେ ପୁରୁଣା ଆଇଫୋନଗୁଡ଼ିକୁ ଆସେମ୍ବଲ କରାଯାଉଥିବା ବେଳେ ପ୍ରଥମ କରି ନୂଆ ମଡେଲ ଆଇଫୋନ ୧୪କୁ ଭାରତରେ ଆସେମ୍ବଲ କରୁଛି ଆପଲ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଆଗକୁ ଆପଲ ନିଜ ନୂଆ ଫୋନର ଆସେମ୍ବଲ କାମ ଭାର‌ତରେ କରିବ। ତେବେ ଭାରତରେ ଆସେମ୍ବଲ ହେଲେ ବି ଏହାର ଦାମ୍ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି।

Comments are closed.