ନୂଆଖାଇ ଜୁହାର
ଢୋଲ ବାଜେ ଢାଉଁ ଢାଉଁ ବାଜୁଛି ମାଦଳ l
ପଶ୍ଚିମ ଓଡିଶା ଆଜି ଆନନ୍ଦେ ଉଦବେଳ ll
ଡାଲଖାଇ ନାଚେ ନନୀ କମ୍ପାନ୍ତି ମେଦିନୀ l
ଝୋଟି ପକାଉଛେ ଘରେ କୃଷକ ଘରଣୀ ll
ନୂଆ ଚାଉଳରେ ଖିରୀ ଜାତି ଜାତି ପିଠା l
ମଣ୍ଡା,କାକରା,ଆରିସା,ଏଣ୍ଡୁରୀ, ଗଇଁଠା ll
ବିଦେଶୁ ଅଇଲେ ସର୍ବେ ପରଦେଶୀ ଭାଈ l…