ସୁବର୍ଣ୍ଣପୁର ପୌରପରିଷଦରେ ସ୍ବାୟତ୍ତଶାସନଦିବସ ପାଳିତ

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ସଦର ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ସ୍ବାୟତ୍ତ ଶାସନ ଦିବସ-୨୦୨୨ ପାଳିତ ହୋଇ ଯାଇଛି । ଏଥିରେ ରାଜ୍ୟ ଅର୍ଥ ଓ ସଂସଦିୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରବାସୀଙ୍କ ପାଇଁ ପୌର ପରିଷଦ ସ୍ବଚ୍ଛତା ଅଭିଯାନ ସାଙ୍ଗକୁ ବିଜୁଳୀ, ପାନୀୟ ଜଳ ତଥା ସଡକ ପରିବହନ କ୍ଷେତ୍ରରେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ପ୍ରଥମେ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ ପୌର ପରିଷଦ କାର୍ଯ୍ୟାଳୟରେ ପତକା ଉତ୍ତୋଳନ କରିବା ସହିତ ପୌର କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ସ୍ଥାନୀୟ ନୂତନ ଟାଉନ ହଲ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅର୍ଥ ଓ ସଂସଦିୟ ବ୍ୟାପାର ମନ୍ତ୍ରୀ ଯୋଗଦେଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍ଗ ମଧ୍ୟରେ ସୋନପୁର ପୌରପରିଷଦର କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସମେତ ସମସ୍ତ ୱାର୍ଡସଭ୍ୟ ଓ କର୍ମଚାରୀ ଙ୍କ ସହ ସହର ର ବିଭିନ୍ନ ମହିଳା ସ୍ବୟଂସହାୟକ ଦଳ ଯୋଗଦେଇଥିଲେ ା

Comments are closed.