ମୋର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ : ନୀତୀଶ

ବେଗୁସରାଇ : ୨୦୨୪ରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସଂକ୍ରାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନାହିଁ। ମହାମେଣ୍ଟର ନେତାମାନେ ନୀତୀଶ ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଲୋଗାନ…

ନିତି ଆୟୋଗଙ୍କ ରିପୋର୍ଟ: ଓଡ଼ିଶା: ୩୧୩୭ ଆଇଟିଆଇ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ଆଇଟିଆଇରୁ ୨୦୨୦ରେ ପାସ କରିଥିବା ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ କେବଳ ୨ ଜଣଙ୍କୁ ନିଯୁକ୍ତି ମିଳିଛି। ଛତ୍ରପୁରର ଏକ ସରକାରୀ ଆଇଟିଆଇରୁ ଏହି ଦୁଇ ଜଣ ନିଯୁକ୍ତି ପାଇଥିଲେ। ନିତି ଆୟୋଗଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ‘ ଟ୍ରାନ୍ସଫର୍ମିଂ ଇଣ୍ଡଷ୍ଟ୍ରିଆଲ୍‌ ଟ୍ରେନିଂ…

ସୈଫ ଅଲ-ଆଦେଲ ନୂଆ ଅଲ୍‌କାଏଦା ମୁଖ୍ୟ: ମୁଣ୍ଡ ପାଇଁ ୧ କୋଟି ଡଲାର ପୁରସ୍କାର ରାଶି

ଦୁବାଇ: ଇଜିପ୍ଟ ସ୍ବତନ୍ତ୍ର ବାହିନୀର ପୂର୍ବତନ ଅଧିକାରୀ ତଥା ଅଲ୍‌କାଏଦାର ଅନ୍ୟତମ ମୁଣ୍ଡିଆଳ ସୈଫ ଅଲ-ଆଦେଲ ଏବେ ନିର୍ବିବାଦୀୟ ଭାବେ ଉକ୍ତ ଆତଙ୍କବାଦୀ ସଂଗଠନ ମୁଖିଆ ହୋଇଛି। ସୈଫର ମୁଣ୍ଡ ପାଇଁ ଆମେରିକା ପୂର୍ବରୁ ଏକ କୋଟି ଡଲାରର ପୁରସ୍କାର ରାଶି ଘୋଷଣା କରିଛି। ଅଲ୍‌କାଏଦାର…

‘ସ୍ପାଏ ବେଲୁନ୍‌’ ଖସାଇ ଥିବାରୁ କ୍ଷମାଭିକ୍ଷା କରିବି ନାହିଁ: ବାଇଡେନ୍‌

ୱାସିଂଟନ୍‌: ଚଳିତ ମାସ ପ୍ରାରମ୍ଭରେ ଆମେରିକୀୟ ବାୟୁସେନା ଚୀନ୍‌ର ହାଇ-ଟେକ୍‌ ‘ସ୍ପାଏ ବେଲୁନ୍‌’କୁ ଖସାଇବା ବିଷୟରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହିତ ଆଲୋଚନା କରିବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର ଦିନ କହିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି…

ବଜେଟ୍‌ ଉପସ୍ଥାପନ ବେଳେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଲେ କର୍ଣ୍ଣାଟକ କଂଗ୍ରେସ ନେତା

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବଜେଟ ଉପସ୍ଥାପନା ବେଳେ ଶାସକ ‘ବିଜେପି’ ବିରୋଧରେ ବିରୋଧୀ ଦଳ ନେତା ସିଦ୍ଧରମୈୟା ଏବଂ ଅନ୍ୟ କଂଗ୍ରେସ ନେତାମାନେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଛନ୍ତି। ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ବଜେଟ୍‌ରେ ଏବଂ ୨୦୧୮ ନିର୍ବାଚନ ଇସ୍ତାହାରରେ…

ସଡ଼କ ସୁରକ୍ଷାରେ ଓଡ଼ିଶାକୁ ୬୭% ମାର୍କ

ଭୁବନେଶ୍ବର : ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ସଚିବ ସଞ୍ଜୟ ମିତ୍ତଲଙ୍କ ନେତୃତ୍ବରେ ଏକ ଟିମ୍ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଆଜି ଲୋକସେବା ଭବନରେ ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ସରକାର ସଡ଼କ ସୁରକ୍ଷା ନେଇ କି…

ଭସାପୋଲରେ ଭାରୀଯାନ ପାଇଁ କଟକଣା

ବ୍ରହ୍ମଗିରି : ବାରମ୍ବାର ଭସାପୋଲ ଯାତ୍ରୀଙ୍କ ସହିତ ମଝି ଚିଲିକାରେ ଅଟକି ରହୁଛି। ଏହି କାରଣରୁ ଘଣ୍ଟା ଘଣ୍ଟା ଧରି ଯାତ୍ରୀ ମଝି ଚିଲିକାରେ ନାକେଦମ ହେଉଛନ୍ତି। ଭସାପୋଲରେ ଲାଗିଥିବା ଦୁଇଟି ଇଞ୍ଜିନ୍‌ ମଧ୍ୟରୁ ଗୋଟିଏ ଠିକଣା ଭାବରେ କାମ କରୁନି। ତେଣୁ ଗୋଟିଏ ଇଞ୍ଜିନରେ ଭସାପୋଲ ଯାତ୍ରୀ…

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରାୟଗଡ଼ା: କାଶୀପୁର ବ୍ଲକ ଡି. କରଳ ଆଦିବାସୀ ସାହିରେ ଗୁରୁବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ ନେଇ ସ୍ୱାମୀ ମାଲିକୀ ମାଝି ସ୍ତ୍ରୀ ସାପାଇ ମାଝିକୁ ହତ୍ୟା କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଜି ସକାଳୁ ଦୋରାଗୁଡା ପୁଲିସ ମୃତଦେହକୁ ଜବତ କରିଛି। ଅଭିଯୁକ୍ତ ସ୍ୱାମୀ…

ବିଚାରାଧୀନ ଅନ୍ତେବାସୀ କଏଦୀଙ୍କ ମୃତ୍ୟୁ

ଜୟପୁର: ଗତ ୨୦୧୮ମସିହାରେ ଡିସେମ୍ବରରେ ଜୟପୁର ସଦରଥାନା ସିଆଡିମାଳରେ ହୋଇଥିବା ଏକ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୟପୁର ଉପଖଣ୍ଡ କାରାଗାରରେ ରହି ଆସୁଥିବା ବିଚାରାଧୀନ ଅନ୍ତେବାସୀ କଏଦୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ସଦର ଥାନା ଅଞ୍ଚଳ…

ଅତ୍ୟାଚାର ମୋ ଉପରେ ହେବ, ମୁଁ କାହିଁକି କ୍ଷମା ମାଗିବି? : ଜୟନାରାୟଣ ମିଶ୍ର

ଭୁବନେଶ୍ବର: ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ଧମକ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଅରୁପ ପଟ୍ଟନାୟକ ବ୍ୟବହାର ଜାଣି ନାହାନ୍ତି। ତୁ ତା କରି ବ୍ୟବହାର କରୁଛନ୍ତି। କେମିତି ବ୍ୟବହାର କରଯାଏ, ସେ ଜାଣି…