ବାଲେଶ୍ୱର ଜିଲା ରକ୍ତଦାତା ସଂଘ ପକ୍ଷରୁ ପାଳିତ ହେଲା ଜାତୀୟ ରକ୍ତଦାନ ଶିବିର

0
ବାଲେଶ୍ୱର, ୧/୧୦(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲା ରକ୍ତଦାତା ସଂଘ ପକ୍ଷରୁ ଆଜି ଜାତୀୟ ରକ୍ତଦାନ ଶିବିର ପାଳିତ  ହୋଇଯାଇଛି।
 ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ଏଡିପିଏଚଓ ଡାକ୍ତର ପ୍ରଦୀପ କୁମାର କର ଯୋଗଦେଇ କହିଥିଲେ ଯେ, ରକ୍ତଦାନ ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ସେବା। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଇଥିବା ରକ୍ତ ଅନେକ ସମୟରେ ଜଣେ ଗୁରୁତର ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥାଏ। ତେଣୁ ରକ୍ତଦାନକୁ ନେଇ ସମାଜରେ ଥିବା ଭ୍ରାନ୍ତ ଧାରଣା ଦୂର କରି ଅଧିକରୁ ଅଧିକ ଯୁବ ପିଢ଼ିଙ୍କୁ  ରକ୍ତଦାନ ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ରକ୍ତକେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଯୋଗଦେଇ ସ୍ୱେଚ୍ଛା ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ରକ୍ତର କୌଣସି ବିକଳ୍ପ ନଥିବାରୁ ଆବଶ୍ୟକ ସମୟରେ ରକ୍ତ ଯୋଗାଣ ପାଇଁ ସ୍ୱେଚ୍ଛା ରକ୍ତଦାତାଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ନିୟମିତ ରକ୍ତଦାନ ଦ୍ୱାରା ରକ୍ତ କେନ୍ଦ୍ରର ଆବଶ୍ୟକ ମାତ୍ରାରେ ରକ୍ତ ଉପଲବ୍ଧ ରହିପାରିବ ଏବଂ ଜରୁରୀ ସମୟରେ ରୋଗୀଙ୍କୁ ତୁରନ୍ତ ରକ୍ତ ଯୋଗାଇ ଦିଆଯାଇପାରିବ ବୋଲି ଡାକ୍ତର ଉପାଧ୍ୟାୟ କହିଥିଲେ। ରକ୍ତଦାନକୁ ଏକ ନିୟମିତ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
 ସଂଘର ସମ୍ପାଦକ ଇଂ. ହୃଷିକେଶ ସାହୁ, ଉପସଭାପତି ସୁମନ୍ତ କୁମାର ଜେନା, ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ ଓ ସିମନ ଦାସ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା ପ୍ରମୁଖ ନିଜର ମତ ରଖିଥିଲେ।
ପୀତାମ୍ବର ଦାଶ, ଅକ୍ଷୟ କୁମାର ତ୍ରିପାଠୀ, ଯଶୋଦା ନନ୍ଦନ ଆଶ, ଭରତ ଭୂଷଣ ଦାସ, ସରପଞ୍ଚ କମଳ ଲୋଚନ ପଣ୍ଡା, ବିଭୁଦତ୍ତ ପରିଡ଼ା, ଶୁଭମ୍ ସାଇ ମହାପାତ୍ର, ଆଶ୍ରିତା ତରେଇ, ଚିତ୍ତରଞ୍ଜନ ପାତ୍ର, ପ୍ରଫୁଲ୍ଲ ଦାସ, ଗଙ୍ଗାଧର ପୃଷ୍ଟି, ରଚିନ୍ଦ୍ର ଦାସ, ସୁକୁମାର ନାୟକ ଓ ସତ୍ୟେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ସୁବ୍ରତ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଶିବିର ପରିଚାଳନାରେ ଜିଲ୍ଲା ରକ୍ତଦାତା ସଂଘର ଉପ ସଭାପତି ଲକ୍ଷ୍ମୀଧର ବାରିକଙ୍କ ସହ  ସଦସ୍ୟମାନେ ସହଯୋଗ କରିଥିଲେ।
Leave A Reply

Your email address will not be published.