ନିତି ଆୟୋଗଙ୍କ ରିପୋର୍ଟ: ଓଡ଼ିଶା: ୩୧୩୭ ଆଇଟିଆଇ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ଆଇଟିଆଇରୁ ୨୦୨୦ରେ ପାସ କରିଥିବା ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ କେବଳ ୨ ଜଣଙ୍କୁ ନିଯୁକ୍ତି ମିଳିଛି। ଛତ୍ରପୁରର ଏକ ସରକାରୀ ଆଇଟିଆଇରୁ ଏହି ଦୁଇ ଜଣ ନିଯୁକ୍ତି ପାଇଥିଲେ। ନିତି ଆୟୋଗଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ‘ ଟ୍ରାନ୍ସଫର୍ମିଂ ଇଣ୍ଡଷ୍ଟ୍ରିଆଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ସ’ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶାରେ ୫୧୩ଟି ଅନୁବନ୍ଧିତ ଆଇଟିଆଇ ରହିଛି। ଏଥିରୁ ସରକାରୀ ଆଇଟିଆଇ ସଂଖ୍ୟା ୧୦.୩୫%। ଏହିସବୁ ଆଇଟିଆଇରେ ୨୦୨୧ରେ ସମୁଦାୟ ୧,୦୬,୨୭୦ ସିଟ୍‌ ରହିଥିବା ବେଳେ ସେଥିରୁ ମାତ୍ର ୫୩.୯୭% ପୂରଣ ହୋଇଥିଲା। ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଥିଲେ ୧୩.୫୨% ମହିଳା। ୨୦୨୧ ଶିକ୍ଷାବର୍ଷରେ ଆଇଟିଆଇମାନଙ୍କରେ ମଂଜୁରିପ୍ରାପ୍ତ ୯୦୯୫ ପ୍ରଶିକ୍ଷକଙ୍କ ମଧ୍ୟରୁ ଥିଲେ ୩୬.୩% ।

୨୦୨୦ରେ ଓଡ଼ିଶାର ଆଇଟିଆଇମାନଙ୍କରେ ୬୨୨୦ ପ୍ରଶିକ୍ଷାର୍ଥୀ ନାମଲେଖାଇଥିବା ବେଳେ ପାସ୍‌ ହାର ଥିଲା ୬୦ %। ରିପୋର୍ଟରେ ଓଡ଼ିଶାର ୪୩୧ଟି ଘରୋଇ ଓ ୫୦ଟି ସରକାରୀ ଆଇଟିଆଇର ଗ୍ରେଡିଂ ସଂପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିସହିତ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଆଇଟିଆଇର ସ୍ଥିତି ସଂପର୍କରେ ତଥ୍ୟ ଦିଆଯାଇଛି। ଦେଶର ୧୫ ହଜାରରୁ ଉର୍ଦ୍ଧ୍ବ ଆଇଟିଆଇର ବ୍ୟାପକ ପରିବର୍ତ୍ତନ ପାଇଁ ସୁପାରିସ କରାଯାଇଛି। ସୁପାରିସରେ ପ୍ରଶାସନ, ପ‌ାଠ୍ୟକ୍ରମ, ରିପୋଟିଂ ଓ ତଦାରଖ ଆଦି କ୍ଷେତ୍ରରେ ପରିବର୍ତ୍ତନ ପାଇଁ କୁହାଯାଇଛି।

Comments are closed.