୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଥିବା ବେଳେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି ।…

ପୁରୀ ସମୁଦ୍ରରେ ବୁଡ଼ି ଯାଇଥିବା ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ସେକ୍ଟର-5 ଭେଳାଭୂମିରେ ସ୍ନାନ ସମୟରେ ବୁଡିଯାଉଥିଲେ ପର୍ଯ୍ୟଟକ । ବୁଡ଼ି ଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ଼ । ତେବେ ପର୍ଯ୍ୟଟକ ଜଣକ ବଞ୍ଚିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ…

ଭୁବନେଶ୍ୱରରେ ୮ଟି ଡ୍ୟାନ୍ସ ବାରରେ ଚଢ଼ାଉ

ଭୁବନେଶ୍ୱର : ରାଜଧାନୀରେ ଶନିବାର ୮ଟି ଡ୍ୟାନ୍ସ ବାର ଉପରେ ଅବକାରୀ ବିଭାଗ ଚଢ଼ାଉ କରିଛି । ଡ୍ୟାନ୍ସ ବାରଗୁଡ଼ିକ ସମସ୍ତ ନିୟମ ମାନୁଛନ୍ତି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଏହି ଚଢ଼ାଉ କରାଯାଇଥିଲା ବୋଲି  ଭୁବନେଶ୍ୱର ଅବକାରୀ ଇନ୍ସପେକ୍ଟର ବିକାଶ ନାୟକ କହିଛନ୍ତି । ସେ କହିଛନ୍ତି, ଚଢ଼ାଉ…

ଦ୍ବିତୀୟ ଦିନରେ ୮୩ କୋଟିରୁ ଅଧିକ ଟଙ୍କା ଆୟ’ଗଦର-୨’

ନୂଆଦିଲ୍ଲୀ: ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ର ସଫଳତା ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଥମ ଦିନରେ ୪୦ କୋଟି ଉପରେ ରୋଜଗାର କରିଥିବା ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ପ୍ରଥମ ଦିନ ଅପେକ୍ଷା ଦିତୀୟ ଦିନରେ ଭଲ ରୋଜଗାର କରିଛି ’ଗଦର-୨’ । ୪୩ରୁ…

ସ୍ବାଧୀନତା ଦିବସ ପାଇଁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: ସ୍ୱାଧୀନତା ଦିବସ ପାଇଁ ସରିଲା ପରେଡ୍ ରିହର୍ସାଲ । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ସରିଲା ଫୁଲ୍ ଡ୍ରେସ ରିହର୍ସାଲ । ପରେଡ୍ ରିହର୍ସାଲରେ ପୋଲିସ ଡିଜି ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲିସ କମିଶନର ଓ ଡେପୁଟି ପୋଲିସ କମିଶନର ପ୍ରମୁଖ ସାମିଲ ହୋଇଥିଲେ ।…

ବିକ୍ରି ହେବାକୁ ଯାଉଛି ଗରୀବଙ୍କ ଔଷଧ କମ୍ପାନୀ ସିପଲା

ନୂଆଦିଲ୍ଲୀ: ବିକ୍ରି ହେବାକୁ ଯାଉଛି ଦେଶର ତୃତୀୟ ବୃହତମ ଫାର୍ମା କମ୍ପାନୀ ସିପଲା । ୧.୨ ଲକ୍ଷ କୋଟି ଟଙ୍କାର ଏହି କମ୍ପାନୀକୁ ଏକ ବିଦେଶୀ କମ୍ପାନୀମାନେ କିଣିବା ପାଇଁ ଆଗେଇ ଆସିଛନ୍ତି । ଏହି ଦୌଡ଼ର ଆଗରେ ରହିଛି ବ୍ଲାକେଷ୍ଟାନ କମ୍ପାନୀ । ମନି କେଣ୍ଟ୍ରାଲ ରିପୋର୍ଟ ଅନୁଯାୟୀ…

ଅନୱର-ଉଲ-ହକ ହେବେ ପାକିସ୍ତାନର ୮ମ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନରେ ସଂସଦ ଭଙ୍ଗ ପରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି । ଏହାରି ଭିତରେ ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଘୋଷଣା ହୋଇଛନ୍ତି । ଅନଓ୍ବର ଉଲ ହକ୍ କାକରଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଓ ବିରୋଧୀ ଦଳ ନେତା…

ଓଡ଼ିଶାର ପିଏମ୍ କିସାନ୍ ହିତାଧିକାରୀ, ନରେଗା ଶ୍ରମିକ ଓ ଜୈବିକ ଚାଷୀଙ୍କୁ ଦିଲ୍ଲୀରୁ ଆସିଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଉଛି । ତେଣୁ ଏଥରର ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବାକୁ ଦେଶର କୋଣଅନୁକୋଣରୁ ପ୍ରାୟ ୧୮୦୦ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ…

ଉତ୍କୃଷ୍ଟ ତଦନ୍ତ ପାଇଁ ଗୃହମନ୍ତ୍ରୀ ପଦକ

ଭୁବନେଶ୍ବର: ବିଭିନ୍ନ ମାମଲାର ଉତ୍କୃଷ୍ଟ ତଦନ୍ତ ପାଇଁ ଚଳିତ ବର୍ଷ ୪ ଜଣ ଓଡ଼ିଆ ପୁଲିସ ଅଧିକାରୀଙ୍କୁ ପଦକ ମିଳିବ। ଏନେଇ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା ହୋଇଛି। ଦେଶର ବିଭିନ୍ନ ରାଜ୍ୟରୁ ଚଳିତ ବର୍ଷ ଏହି ପଦକ ଲାଗି ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ଏଥିରେ ୨୨ ଜଣ…

ସ୍କୁଲରେ ପାଠପଢ଼ା ବେଳେ ବଜ୍ରପାତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ପାଟକୁରା: ପାଠପଢ଼ା ଚାଲିଥିବାବେଳେ ବଜ୍ରପାତ । ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗରଦପୁର ବ୍ଲକ କୁଦାନଗରୀ ସରକାରୀ ହାଇସ୍କୁଲରେ ହୋଇଛି ବଜ୍ରପାତ । ଏହି ସ୍କୁଲରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଚାଲିଥିବାବେଳେ ଆଜି ଅପରାହ୍ଣରେ ଅକସ୍ମାତ ହୋଇଥିଲା ବଜ୍ରପାତ । ବଜ୍ରପାତରେ…