ସ୍କୁଲରେ ପାଠପଢ଼ା ବେଳେ ବଜ୍ରପାତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ପାଟକୁରା: ପାଠପଢ଼ା ଚାଲିଥିବାବେଳେ ବଜ୍ରପାତ । ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗରଦପୁର ବ୍ଲକ କୁଦାନଗରୀ ସରକାରୀ ହାଇସ୍କୁଲରେ ହୋଇଛି ବଜ୍ରପାତ । ଏହି ସ୍କୁଲରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଚାଲିଥିବାବେଳେ ଆଜି ଅପରାହ୍ଣରେ ଅକସ୍ମାତ ହୋଇଥିଲା ବଜ୍ରପାତ । ବଜ୍ରପାତରେ ଆହତ ଛାତ୍ରଛାତ୍ରୀଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବଜ୍ରାଘାତରେ ସମସ୍ତ ବିଦ୍ୟୁତ ସାମଗ୍ରୀ ଜଳି ଯାଇଥିବା ସୂଚନା ମିଳିଛି । ଜରୁରୀକାଳୀନ ଭିତ୍ତିରେ ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।

Comments are closed.