ବିକ୍ରି ହେବାକୁ ଯାଉଛି ଗରୀବଙ୍କ ଔଷଧ କମ୍ପାନୀ ସିପଲା

ନୂଆଦିଲ୍ଲୀ: ବିକ୍ରି ହେବାକୁ ଯାଉଛି ଦେଶର ତୃତୀୟ ବୃହତମ ଫାର୍ମା କମ୍ପାନୀ ସିପଲା । ୧.୨ ଲକ୍ଷ କୋଟି ଟଙ୍କାର ଏହି କମ୍ପାନୀକୁ ଏକ ବିଦେଶୀ କମ୍ପାନୀମାନେ କିଣିବା ପାଇଁ ଆଗେଇ ଆସିଛନ୍ତି । ଏହି ଦୌଡ଼ର ଆଗରେ ରହିଛି ବ୍ଲାକେଷ୍ଟାନ କମ୍ପାନୀ । ମନି କେଣ୍ଟ୍ରାଲ ରିପୋର୍ଟ ଅନୁଯାୟୀ ବ୍ଲାକେଷ୍ଟାନ କମ୍ପାନୀ ଏଲ.ପି ସହ ମିଶି ସିପଲାକୁ କିଣିବାର ଯୋଜନା କରୁଛନ୍ତି । ଯଦିଓ ଏଯାବତ ସିପଲାକୁ ବିକ୍ରି ହୋଇନାହିଁ ତଥାପି ଆଗାମୀ ଦିନରେ ବିକ୍ରି ହେବାର ସମ୍ଭାବନା ରହିଛି । ସିପଲା ହେଉଛି ଭାରତର ପୁରାତନ ଫାର୍ମା କମ୍ପାନୀ । ଏହା ଲାଭ ଅପେକ୍ଷା ଗରୀବ ଲୋକଙ୍କ ପାଇଁ କମ ଟଙ୍କାରେ ଔଷଧ ଯୋଗାଇଥାଏ ।୧୯୩୫ ମସିହାରେ ଖ୍ବାଜା ଅବଦୁଲ୍ଲ ହମିଦଙ୍କ ଦ୍ବାରା ଏହି କମ୍ପାନୀ ଆରମ୍ଭ ହୋଇଛି । ସ୍ବାଧିନତା ପୂର୍ବରୁ ଆରମ୍ଭ ହୋଇଥିବା କମ୍ପାନୀ ଯଦି ବିକ୍ରି ହୁଏ ତାହେଲେ ଏହା ଭାରତୀୟଙ୍କ ହାତରୁ ବିଦେଶୀଙ୍କ ହାତକୁ ଚାଲିଯିବ । ଏହି କମ୍ପାନୀ ବିକ୍ରି ହେବାର ମୁଖ୍ୟ କାରଣ ହେଉଛି ଉତରାଧିକାରୀଙ୍କ ଅଭାବ । ଭଲ ଲାଭ କରୁଥିବା ସିପଲା ବିକ୍ରି ହେବା ଖବରକୁ ଅନେକ ବିଶ୍ବାସ କରୁନାହାନ୍ତି । ସେପଟେ ବିକ୍ରି ହେବା ଖବର ପ୍ରଚାର ହେବାପରେ କମ୍ପାନୀର ସେୟାର ବଢ଼ିବାରେ ଲାଗିଛି I ୧୯୭୨ ମସିହାରେ ଖ୍ବାଜା ଅବଦୁଲ୍ଲଙ୍କ ମୃତ୍ୟୁ ପରେ ୟୁସୁଫ ହମିଦ ଦାୟିତ୍ବ ନେଇଥିଲେ । ମାତ୍ର ବୟାଧଆକ କାରଣରୁ ବୋହୂ ସମିଲା ହାମିଦଙ୍କୁ ଦାୟିତ୍ବ ଦେଇଥିଲେ । ୨୦୧୫ ମସିହାରୁ ସେ ଏହି ଦାୟିତ୍ବ ନେଇ ଚଳାଉଥିବାବେବଳ ତିନି ପିଢ଼ି ଧରି କମ୍ପାନୀ ଚଳାଉଛନ୍ତି । ସେ ଏବେ କମ୍ପାନୀର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷା ଅଛନ୍ତି । ତାଙ୍କ ପରେ ଆଉ କମ୍ପାନୀ ସମ୍ଭାଳିବାକୁ କେହି ନାହାନ୍ତି । ଏଣୁ କମ୍ପାନୀ ଏହାର ସେୟାରକୁ ବିକିବା ପାଇଁ ଚାହୁଁଛନ୍ତି ।

Comments are closed.