ରାଜପଥ ମନ୍ତ୍ରଣାଳୟର ଚିନ୍ତନ ଶିବିର, ଯୋଗ ଦେବାକୁ ଗୁଜୁରାଟରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

0

ଗୁଜୁରାଟ:ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଆସନ୍ତାକାଲି ପାଞ୍ଚ ତାରିଖରୁ ଗୁଜୁରାଟରେ ଦୁଇଦିନିଆ ‘ଚିନ୍ତନ ଶିବିର’ ଆୟୋଜନ କରୁଛି। ଏହି ସମ୍ମିଳନୀରେ କେନ୍ଦ୍ର, ରାଜ୍ୟ ଏବଂ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକର ବରିଷ୍ଠ ପ୍ରତିନିଧିମାନେ ଏକାଠି ହୋଇ ଦେଶରେ ରାଜପଥ ଭିତ୍ତିଭୂମିର ବିକାଶ ଓ କାର୍ଯ୍ୟାନ୍ୱୟନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରିବେ।

ମନ୍ତ୍ରଣାଳୟ କହିଛି ଯେ, ଏହି ସମ୍ମିଳନୀରେ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଥିବା ମୁଖ୍ୟ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଏବଂ ଅଭିନବ ତଥା ଅନ୍ୟତ୍ର ପ୍ରୟୋଗଯୋଗ୍ୟ ପଦ୍ଧତି ଉପରେ ବିଚାରବିମର୍ଶ କରାଯିବ। ଏହା ସହିତ ରାଜପଥ କ୍ଷେତ୍ରରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ, ଗୁଣବତ୍ତା, ସୁରକ୍ଷା ଏବଂ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ନୀତିଗତ ଓ ସଂସ୍ଥାଗତ ପଦକ୍ଷେପ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଚିନ୍ତନ ଶିବିରର ଉଦଘାଟନୀ ଅଧିବେଶନରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏବଂ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମଟା ଓ ହର୍ଷ ମଲହୋତ୍ରା ଉଦ୍‌ବୋଧନ ଦେବେ।

ଏହି ଶିବିରରେ ଯୋଗଦେବା ପାଇଁ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଏକ ପ୍ରତିନିଧୀ ଦଳ ଗୁଜୁରାଟ ଗସ୍ତ କରିଛନ୍ତି। ଏହି ଦଳରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଇଆଇସି (ସିଭିଲ୍) ଇଂ. ସତ୍ୟବ୍ରତ ବେହେରା, ମୁଖ୍ୟ ଯନ୍ତ୍ରୀ କ୍ୟାପିଟାଲ୍ ପ୍ରୋଜେକ୍ଟ, ଅହମଦାବାଦ ଇଂ. ପତଞ୍ଜଳି ମିଶ୍ର, ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ–୧) ଇଂ. ନାରାୟଣ ପଟେଲ, ମୁଖ୍ୟ ଯନ୍ତ୍ରୀ (ରୋଡସ୍–୧ ଓ ୨) ଇଂ. ଶିବବ୍ରତ ତରିଆ ଏବଂ ଓବିସିସିର ମୁଖ୍ୟ ଯନ୍ତ୍ରୀ ଇଂ. ରାମଚନ୍ଦ୍ର ସେଠୀ ପ୍ରମୁଖ ଅଛନ୍ତି।।

Leave A Reply

Your email address will not be published.