ଶୋଚନୀୟ ଅବସ୍ଥାରେ ଅଞ୍ଚଳ ଗୁମା ମୁଖ୍ୟ ରାସ୍ତା

0

ନବରଙ୍ଗପୁର: (ଶେଖର ଖୁରା) ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ମୁଖ୍ୟ ରାସ୍ତା ସହ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତାର ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟାତ କରୁଥିବା ବେଳେ ରାସ୍ତାର ଦୁରାବସ୍ଥା ଯୋଗୁଁ ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ରାସ୍ତା ଉପରେ ତେନ୍ତୁଳୀଖୁଣ୍ଟି ବ୍ଲକର ଅଞ୍ଚଳଗୁମା, ପାତ୍ରପୁଟ, ଝରିଗୁମା, କଣ୍ଟାଗାଁ ଓ ଅମଲାଭଟା ପଞ୍ଚାୟତର ଜନସାଧାରଣ ଯାତାୟାତ ପାଇଁ ନିର୍ଭରଶୀଳ। ଏହାଛଡ଼ା ଏହି ରାସ୍ତା କଳାହାଣ୍ଡି ଜିଲ୍ଲା ସହ ମୌଇଦଳ ପୁର କୁ ମଧ୍ୟ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହୃତ ହେଉଛି।

ରାସ୍ତାର ଦୁରାବସ୍ଥା ଯୋଗୁଁ ଛାତ୍ରଛାତ୍ରୀ, ରୋଗୀ, ଚାଷୀ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ, ଏହି ରାସ୍ତା ଦେଇ ରାଜନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ବଡ଼ ବଡ଼ ଅଧିକାରୀମାନେ ମଧ୍ୟ ଯାତାୟାତ କରୁଥିଲେ ମଧ୍ୟ ରାସ୍ତାର ଦୁରାବସ୍ଥା ପ୍ରତି କାହାର ଦୃଷ୍ଟି ପଡ଼ୁନଥିବା ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।

ଜନସାଧାରଣଙ୍କ ପ୍ରଶ୍ନ—ଏହି ରାସ୍ତାର ମରାମତି କିମ୍ବା ଉନ୍ନତିକରଣ କେବେ ହେବ? କେବେ ଲୋକେ ସୁରକ୍ଷିତ ଓ ସୁବିଧାରେ ଯାତାୟାତ କରିପାରିବେ? ଏବେ ଏହା ଉପରେ ସମସ୍ତଙ୍କ ନଜର।

ଶେଖର ଖୁରାଙ୍କ ରିପୋର୍ଟ, ନବରଙ୍ଗପୁର

Leave A Reply

Your email address will not be published.