ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ ଘୋଷଣା

ଗଞ୍ଜାମ: ଦୀର୍ଘ ୪୦ ବର୍ଷ ଧରି ବିସ୍ଥାପିତ ସମସ୍ୟାରେ ଥିବା ଗଞ୍ଜାମର ପରିବାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ଗୋଳାବନ୍ଧଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେଇ ବିସ୍ଥାପିତଙ୍କ ପାଇଁ ଆର୍ଥିକ ସହାୟତା, ପକ୍କା ଘର ଓ ଜମି ପଟ୍ଟା ବଣ୍ଟନ…

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀର ଭାବନା ‘ସୁରକ୍ଷା ପ୍ରତିଶ୍ରୁତି’କୁ ସଡ଼କ ସୁରକ୍ଷା ସହ ଯୋଡ଼ି ପରିବହନ ବିଭାଗ ପକ୍ଷରୁ ଆଜି ଏକ ନିଆରା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ ହୋଇଛି। ରାକ୍ଷୀ କେବଳ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ପ୍ରତୀକ ନୁହେଁ, ଏହା…

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ୨୦୨୬ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅଭିଯାନରେ ଦେଶବ୍ୟାପୀ ବିଭିନ୍ନ ଡାକ ସର୍କଲ ଏବଂ ବିଭାଗରେ ୨୫,୦୦୦ ରୁ ଅଧିକ ପଦବୀ ପୂରଣ କରାଯିବ। ଏହି ପଦବୀଗୁଡ଼ିକ ମଧ୍ୟରେ ଶାଖା ପୋଷ୍ଟମାଷ୍ଟର (BPM),…

ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରୁ ୬ ସପ୍ତାହରେ ବସ୍ତି ଉଚ୍ଛେଦ ନିର୍ଦେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଥିବା ୩ଟି ବସ୍ତିକୁ ୬ ସପ୍ତାହ ମଧ୍ୟରେ ଉଚ୍ଛେଦ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏସବୁ ବସ୍ତିରେ ରହୁଥିବା ଲୋକେ ଦିଲ୍ଲୀ ସହର ନିକଟରେ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ସାଭ୍‌ଦା ଘେବ୍ରା ଅଞ୍ଚଳରେ ବସତି…

ଆଜି ୧.୦୩ କୋଟି ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି

ଭୁବନେଶ୍ୱର: ପୂର୍ବ ଘୋଷଣା ଅନୁଯାୟୀ ରାଜ୍ୟ ସରକାର ଆସନ୍ତାକାଲି ସୁଭଦ୍ରା ହିତାଧିକାରୀଙ୍କୁ ୫ମ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏହି କିସ୍ତିରେ ୧,୦୩,୨୬,୧୬୨ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଟଙ୍କା ଲେଖାଏଁ ପଠାଯିବ। ଏ ବାବଦରେ ହିତାଧିକାରୀଙ୍କୁ ରାଜ୍ୟ ସରକାର ୫,୧୬୦ କୋଟିରୁ…

ବାତିଲ ହୋଇଯିବ ୨୦ ଲକ୍ଷ ଗାଡିର RC

ଭୁବନେଶ୍ୱର :ରାସ୍ତାରେ ଗାଡ଼ି ଚାଲୁଥିବ କିନ୍ତୁ RC ବାତିଲ ହୋଇଯିବ। ଆପଣ ଜାଣିନଥିବେ ଆପଣଙ୍କ ଗାଡ଼ିର ଅନୁମତି ହିଁ ନଥିବ। ଥରେ ଗାଡ଼ିର ନମ୍ବର ଯାଞ୍ଚ କରନ୍ତୁ, RC ବୈଧ ଅଛି ତ? ରାଜ୍ୟର ୨୦ ଲକ୍ଷରୁ ଅଧିକ ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ବା RCକୁ ବାତିଲ ଅର୍ଥାତ ‘ପରମାନେଣ୍ଟ…

ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ଆରହୁଛନ୍ତି ଯୁବକ ।

ମୋହନା, ୨୭।୮ (ମନୋଜ ପାଢ଼ୀ): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ କଲାଭଳି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗଜପତି ଜିଲା ମୋହନା ବ୍ଲକ ଲୁହାଗୁଡ଼ି ଗ୍ରାମରେ ଏଭଳି ଏକ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ…

ଛଅ ମାସ ମଧ୍ୟରେ ଏକ ଲକ୍ଷ ନିଯୁକ୍ତି: ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ମାୟାବତୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପି ନିର୍ବାଚନ ପୂର୍ବରୁ ଆଗାମୀ ଛଅ ମାସ ମଧ୍ୟରେ ଏକ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି। ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ଏହାର ଜବାବ ଦେଇଛନ୍ତି। ସେ ଏହାକୁ ଏକ ବିଳମ୍ବ ପଦକ୍ଷେପ…

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗୋଟିଏ ଦିନରେ ଦଶ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଘଟଣାର ସୂଚନା ନେଇ ମେଡିକାଲ କଲେଜ ପ୍ରଶାସନଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛି।…

ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଦାୟିତ୍ୱ ନେଲେ ଡିଆଇଜି ଚରଣ ସିଂହ ମୀନା

ଭୁବନେଶ୍ୱର: ୨୦୦୯ ବ୍ୟାଚର ଆଇପିଏସ ଅଧିକାରୀ ଚରଣ ସିଂହ ମୀନା ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ରୂପେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୁର୍ବାହ୍ନରେ ପ୍ରଥମେ ଶ୍ରୀ ମୀନା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶିବାଦ ନେବା ପରେ…