ପାରଳାଖେମୁଣ୍ଡି–ପୁରୁଣାପାଟଣା ରାସ୍ତାରେ ବନ୍ୟାଜଳ, ଜଳବନ୍ଦୀ ଅବସ୍ଥାରେ ଚୈତନ୍ୟ ନଗରବାସୀ ।

0

ଗଜପତି,୩୦.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ମହେନ୍ଦ୍ର ତନୟା ନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ ପାରଳାଖେମୁଣ୍ଡି ସହରର ପୁରୁଣାପାଟଣା ରାସ୍ତାରେ ବନ୍ୟାଜଳ ପ୍ରବେଶ କରିଛି। ଏହା ଦ୍ୱାରା ଟିଭିଏସ୍ ସୋରୁମ୍ ନିକଟବର୍ତ୍ତୀ ଅଞ୍ଚଳ ଓ ଚୈତନ୍ୟ ନଗରରେ ରହୁଥିବା ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ରାସ୍ତାରେ ବନ୍ୟାଜଳ ଜମି ରହିବା ଫଳରେ ଯାତାୟାତ ସହିତ ସ୍ଥାନୀୟ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଅନ୍ୟପକ୍ଷରେ, ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ନିଷ୍କାସନ ପାଇଁ ଦୁଇଟି ମୋଟର ନିୟୋଜିତ କରାଯାଇଛି। ମୋଟର ସାହାଯ୍ୟରେ ଜମି ରହିଥିବା ବନ୍ୟାଜଳକୁ ନିଷ୍କାସନ କରିବା କାର୍ଯ୍ୟ ଜାରି ରହିଛି। ଏଥି ସହିତ ଜେସିବି ମାଧ୍ୟମରେ ନାଳ ଗୁଡ଼ିକୁ ସଫା କରାଯାଇ ଜଳ ନିଷ୍କାସନ ନିମନ୍ତେ ପ୍ରୟାସ ଜାରି ରହିଛି।ଜଳସ୍ତର ହ୍ରାସ ଓ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

Leave A Reply

Your email address will not be published.