ସୁଫଳ ସାଉଁଟିବାର ସୁଯୋଗ: ଧୀରେଧୀରେ ଆଗକୁ ବଢ଼ୁଛନ୍ତି ମୃଣାଳ

ମରାଠୀ ଫିଲ୍ମ ଦୁନିଆଁରୁ ହିନ୍ଦୀ ଜଗତ୍‌କୁ ପାଦ ଦେଇଥିବା ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ଚଳିତବର୍ଷ ଶୁଭଙ୍କର ପାଲଟିଥିବା ସେ ସ୍ବୀକାର କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କର ଦୁଇଟି ହିନ୍ଦୀ ସିନେମା ଓ ବର୍ଷ ଶେଷ ସୁଦ୍ଧା ଆଉ ଗୋଟେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଥିବା ବେଳେ ଆଗାମୀ ବର୍ଷ…

ରାଜୁଙ୍କ ପରିବାର ଲୋକଙ୍କୁ ‌ଭେଟି ଭାବପ୍ରବଣ ହୋଇପଡ଼ିଲେ ଭାରତୀ, ସମ୍ଭାଳିଲେ କପିଲ ଶର୍ମା

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କର ପରଲୋକ ହେବା ପରେ ପୂରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ରାଜୁ ଆଉ ଆମମାନଙ୍କୁ ହସାଇବେ ନାହିଁ ବୋଲି ଭାବିବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଏକ ମୁସ୍‌କିଲ୍‌ କାମ। ଗତ ୨୦ ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି…

ପଶ୍ଚିମାଞ୍ଚଳ ଜିତିଲା ଦଲିପ ଟ୍ରଫି: ଦକ୍ଷିଣାଞ୍ଚଳକୁ ୨୯୪ ରନ୍‌ରେ ହରାଇଲା

କୋଏମ୍ବାଟୁର: ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ପଶ୍ଚିମାଞ୍ଚଳ ଦଳ ଚଳିତ ବର୍ଷର ଦଲିପ ଟ୍ରଫି ବିଜେତା ହୋଇଛି। ଫାଇନାଲ୍‌ର ପଞ୍ଚମ ତଥା ଅନ୍ତିମ ଦିବସରେ ଏହି ଦଳ ଦକ୍ଷିଣାଞ୍ଚଳକୁ ୨୯୪ ରନ୍‌ରେ ପରାସ୍ତ କରି ଟ୍ରଫି ଜିତିନେଇଛି। ୫୨୯ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣାଞ୍ଚଳର…

ନୂଆ ରାଜନୈତିକ ଦଳ ଗଠନ କଲେ ଗୁଲାମ୍‌ ନବୀ ଆଜାଦ୍; ନାଁ ରଖିଲେ ‘ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି’

ଜମ୍ମୁ: ପୂର୍ବତନ କଂଗ୍ରେସ ନେତା ଗୁଲାମ୍‌ ନବୀ ଆଜାଦ୍‌ ଆଜି ତାଙ୍କର ନୂଆ ରାଜନୈତିକ ଦଳର ନାମ (ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି) ଘୋଷଣା କରିବା ସହିତ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି। କଂଗ୍ରେସଠାରୁ ସମ୍ପର୍କ ଛିନ୍ନ କରିବାର ପ୍ରାୟ ମାସେ ପରେ ଆଜି ଆଜାଦ୍‌ ତାଙ୍କ ନିଜସ୍ବ…

ଭାରତରେ ତିଆରି ହେବ ଆଇଫୋନ-୧୪, କମିପାରେ ଦାମ୍ !

ନୂଆଦିଲ୍ଲୀ: ଆପଲ୍ ନିକଟରେ ଆଇଫୋନ୍ ୧୪ ସିରିଜ୍ ଲଞ୍ଚ କରିଛି। ଆଇଫୋନ୍ ୧୪ ସିରିଜ୍ ଅଧୀନରେ କମ୍ପାନି ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍, ଆଇଫୋନ୍ ୧୪ ପ୍ରୋ ଏବଂ ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ଲଞ୍ଚ କରିଛି। ଏହି ସବୁ ଫୋନର ମୂଲ୍ୟ ଅଧିକ ରହିଥିବା ବେଳେ କିଛି ଲୋକ ଚାହିଁବି ଏହାକୁ…

କେନ୍ଦ୍ରୀୟ ରୁଷରେ ଥିବା ବିଦ୍ୟାଳୟରେ ଅଜଣା ବନ୍ଧୁକଧାରୀର ଆକ୍ରମଣ: ୬ମୃତ, ୨୦ଆହତ

ନୂଆଦିଲ୍ଲୀ: ଋଷରେ ଆକ୍ରମଣ। ସୋମବାର ସକାଳେ ଜଣେ ବନ୍ଧୁକଧାରୀ କେନ୍ଦ୍ରୀୟ ରୁଷରେ ଥିବା ଏକ ବିଦ୍ୟାଳୟରେ ପଶି ଅତର୍କିତ ଗୁଳି ଚଳାଇବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ୨୦ଜଣ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ପୁଲିସ କହିଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ଜଣାପଡ଼ିଛି। ଉଦମୁରଟିଆ…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ନୂଆ ନିୟମ: ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଦେବାକୁ ପଡ଼ିବନି ଜରିମାନା

ଭୁବନେଶ୍ୱର: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ନୂଆ ନିୟମ ଘୋଷଣା କରାଯାଇଛି। ତାହା ଅନୁଯାୟୀ, ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ କୌଣସି ଜରିମାନା ଦେବାକୁ ପଡ଼ିବନାହିଁ। ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଜରିମାନାରୁ ବର୍ତ୍ତିପାରିବେ ଗାଡ଼ି ମାଲିକ ବା ଚାଳକ।ରାଜ୍ୟ…

ମୌନ ବ୍ରତ ଧାରଣ କରିଛନ୍ତି ସିଦ୍ଧୁ

ଚଣ୍ଡିଗଡ଼ : ଏକ ୩୪ ବର୍ଷ ପୁରୁଣା ହତ୍ୟା ମାମଲାରେ ପଂଜାବର ପାତିଆଲା ଜେଲରେ ବନ୍ଦୀ ଥିବା ପୂର୍ବତନ କ୍ରିକେଟର ତଥା ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ ଚଳିତ ନବରାତ୍ରୀ ଅବସରରେ ମୌନବ୍ରତ ଧାରଣ କରିଛନ୍ତି । ସୋମବାର ଠାରୁ ଆରମ୍ଭ ହୋଇଥିବା ନଅ ଦିନିଆ ନବରାତ୍ରୀ ମହୋତ୍ସବରେ ସିଦ୍ଧୁ ଦୈନିକ…

ଦଶାହ ଭୋଜି ଖାଇ ଝାଡାବାନ୍ତିରେ ୧୩ ଆକ୍ରାନ୍ତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଦଗୁଲୁମି ଗ୍ରାମରେ ଏକ ଦଶାହ ଭୋଜି ଖାଇ ୧୩ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି | ସମସ୍ତ ଆକ୍ରାନ୍ତଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ବର୍ତ୍ତମାନ ସମସ୍ତଙ୍କ…

ସମ୍ବଲପୁର ରୋଡ ଫାଟକ ରେଳ ଷ୍ଟେସନର ଭଙ୍ଗା ଆରମ୍ଭ: ପ୍ରତିବାଦରେ ରାସ୍ତାରୋକ

ସମ୍ବଲପୁର: ଫାଟକ ଷ୍ଟେସନର ସୁରକ୍ଷା ଦାବିରେ କିଛି ଦିନ ତଳେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜି ସକାଳେ ଜନ ପ୍ରତିବାଦ ସତ୍ତ୍ୱେ ସମ୍ବଲପୁର ରୋଡ ଫାଟକ ରେଳ ଷ୍ଟେସନର ଭଙ୍ଗା ଆରମ୍ଭ ହୋଇଥିବା ଜଣାଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସୂଚନାଯୋଗ୍ୟ,…