ଆଜି ୮୦୦ ତଳେ ଦେଶର ଦୈନିକ କୋଭିଡ୍‌-୧୯ ସଂକ୍ରମଣ; ୧୩୦୦୦ ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୮୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କିଛି ବୃଦ୍ଧି ପାଇ ଥିଲେ ବି ୧୩୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ…

୧୮ ବର୍ଷ ଧରି ପ୍ୟାରିସ୍‌ର ‘ସାର୍ଲେସ୍‌ ଡି ଗଉଲି ବିମାନ ବନ୍ଦର’ରେ ବାସ କରୁଥିବା ଇରାନୀୟ ବ୍ୟକ୍ତିଙ୍କ ଦେହାନ୍ତ

ପ୍ୟାରିସ୍‌: ବାସଭବନ ବୋଲି କହି ଦୀର୍ଘ ୧୮ ବ‌ର୍ଷ ଧରି ପ୍ୟାରିସ୍‌ର ‘ସାର୍ଲେସ୍‌ ଡି ଗଉଲି ବିମାନବନ୍ଦର’ରେ ବାସ କରୁଥିବା ଜଣେ ଇରାନୀୟ ବ୍ୟକ୍ତିଙ୍କର ଶନିବାର ଦିନ ଦେହାନ୍ତ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ‘ଦି ଟର୍ମିନାଲ୍‌’ ଶୀର୍ଷକ ଷ୍ଟଭେନ୍‌ ସ୍ପିଲ୍‌ବର୍ଗଙ୍କ…

ଆଦିବାସୀ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ

ଅଡ଼ବା: ଆଦିବାସୀ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଗିରଫ କରିଛି। ଏନେଇ ଅଡ଼ବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ଅଡ଼ବା…

ଗୋଶାଳା- ମୁଣ୍ଡୋଘାଟ ରାସ୍ତାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ଯା ସନ୍ଦେହ

ବୁର୍ଲା: ସମ୍ବଲପୁର ଜିଲ୍ଲା ଗୋଶାଳା- ମୁଣ୍ଡୋଘାଟ ରାସ୍ତା ମାଏଁ ଫୁଡ୍ ଡାଏରୀ ପାଖରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ଯକ୍ତିଜଣକ ସନ୍ତୋଷ ଖମାରୀ ବୋଲି ଜଣାପଡ଼ିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ଯା ସନ୍ଦେହ କରୁଛି ପୁଲିସ। ସେ ପଡ଼ିଥିବା ସ୍ଥାନରେ ମୁଁହରୁ କିଛି ରକ୍ତ ବାହାରିଥିବା…

ଝାରଖଣ୍ଡ ଦେଇ ଓଡ଼ିଶା ଏବଂ ବିହାର ମଧ୍ୟରେ ୩୩ଟି ରୁଟରେ ଚଳାଚଳ କରିବ ବସ୍

କଟକ: ଓଡ଼ିଶା ଏବଂ ବିହାର ସରକାରର ପରିବହନ ବିଭାଗ ପ୍ରାୟ ୨୧୮୬୭ କିଲୋମିଟର ଅତିକ୍ରମ କରୁଥିବା ୩୩ଟି ରୁଟରେ ବସ ଚଳାଚଳର ଚୁକ୍ତିକୁ ନବୀକରଣ କରିଛନ୍ତି। ଝାରଖଣ୍ଡ ଦେଇ ୩୩ଟି ରୁଟରେ ଏସବୁ ବସ୍ ଚଳାଚଳ କରିବ। ଏହି ନୂତନ ଚୁକ୍ତି ଫଳରେ ବିହାରର ପାଟନା, ସରିଫ, ପ୍ରେଓଗର, ଗୟା, ଔରଙ୍ଗାବାଦ,…

ମହଙ୍ଗା ପଡ଼ିଲା କମେଣ୍ଟମରା; ଗଛରେ ବାନ୍ଧିଲେ, ଲଣ୍ଡାକରି ଛେଚିଲେ

ମେଣ୍ଢାଶାଳ: ଜଣେ ଯୁବତୀଙ୍କୁ କମେଣ୍ଟ ମାରିବା ଦୁଇ ଯୁବକଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ଉତ୍ତ୍ୟକ୍ତ ଲୋକେ ଦୁଇ ଯୁବକଙ୍କୁ ଗଛରେ ବାନ୍ଧି ବହେ ଛେଚିବା ସହ ଲଣ୍ଡା କରି ଗାଁ ବୁଲାଇବା ପରେ ପୁଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକଦ୍ବୟ ହେଲେ ଚନ୍ଦକା ଥାନା ପଳାସପୁର ଗାଁର…

୬୪ ଲକ୍ଷ ଟଙ୍କାରେ ନିଲାମ ହେବ ଷ୍ଟିଭ୍‌ ଜବ୍‌ସ୍‌ଙ୍କ ଘୋରି ହୋଇଯାଇଥିବା ପୁରୁଣା ଚପଲ!

ନୂଆଦିଲ୍ଲୀ: ଏକଦା ‘ଆପ୍‌ଲ୍‌’ର ସହ-ସଂସ୍ଥାପକ ଷ୍ଟିଭ୍‌ ଜବ୍‌ସ୍‌ ପିନ୍ଧୁଥିବା ଗୋଟାଏ ପୁରୁଣା ତଥା ଘୋରି ହୋଇଯାଇଥିବା ‘ବର୍କେନ୍‌ଷ୍ଟକ୍‌ ଆରିଜୋନ’ ଚମଡ଼ା ସାଣ୍ଡଲ୍‌ ୬୦, ୦୦୦ରୁ ୮୦,୦୦୦ ଡଲାର୍‌ ମଧ୍ୟରେ ନିଲାମ କରାଯିବ ବୋଲି ‘ଜୁଲିଏନ୍‌ସ୍‌ ଅକ୍ସନ୍‌ସ୍‌’ କହିଛି। ଚମଡ଼ା ସିଲାଇ କରି…

ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନକୁ ବିରୋଧ: କୁନି ଛାତ୍ରଙ୍କ ଚିଠିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ମାଛଗାଁ : ଉପକୂଳ ରାଜପଥ ନକ୍ସାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଜଣେ କୁନିଛାତ୍ର। ଏହି କୁନିଛାତ୍ରଙ୍କ ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଭିତ୍ତିରେ ଏହି ରାଜପଥ ସ୍ଥାନାନ୍ତର ହେଲା, ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ଯୁବକ ମୃତ

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଯୁବକଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ମାର୍ଶାଘାଇ ଥାନା ଅନ୍ତର୍ଗତ ଜୟଚନ୍ଦ୍ରପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଯୁବକ…

କଳାସଂସ୍କୃତିକୁ ବଞ୍ଚାଇ ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ହେବା ଉଚିତ

କର୍ଲାମୁଣ୍ଡା : ଗୋଟିଏ ଅଞ୍ଚଳର କଳା, ସଂସ୍କୃତି ସେହି ଅଞ୍ଚଳର ପରିଚୟ। ସଂସ୍କୃତି ବିନା ପରିଚୟର କିଛି ମାନେ ହିଁ ନ ଥାଏ। ତେଣୁ କଳାସଂସ୍କୃତିକୁ ବଞ୍ଚାଇ ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ହେବା ଉଚିତ ବୋଲି ସ୍ଥାନୀୟ ସାହିତ୍ୟ ଓ ସଂସ୍କୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ…