ରାୟଗଡ଼ା ୧୦/୧୧/୨୦୨୬( ଭି ଗୌରୀ ଶଙ୍କର ରାଓ): ସମ୍ମିଳନୀରେ ରାୟଗଡ଼ା ବିଧାୟକ କାଡ୍ରାକା ଆପ୍ପାଲା ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସଶକ୍ତିକରଣ ଓ ସ୍ୱାବଲମ୍ବନ ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ମତ ରଖିଥିଲେ। ଏହା ସହିତ ରାଜ୍ୟ ଦିବ୍ୟାଙ୍ଗ କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ (ଅବସରପ୍ରାପ୍ତ IAS), ରାୟଗଡ଼ା ଓକିଲ ସଂଘର ସଭାପତି ବ୍ରଜ ସୁନ୍ଦର ନାୟକ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସମ୍ମିଳନୀରେ TPSODL, ହିଣ୍ଡାଲକୋ, OPGC, ଜେକେ ପେପର, ନାଲକୋ,ଟାଟାଷ୍ଟିଲ୍ ଫାଉଣ୍ଡେସନ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର CSR ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାବିତ୍ ଏବଂ ବିଭିନ୍ନ ଭାଗୀଦାର ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ୨୫୦ରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତି ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ମିଳନୀକୁ ସମାବେଶୀ ବିକାଶ ପାଇଁ ଏକ ପ୍ରଭାବଶାଳୀ ମଞ୍ଚରେ ପରିଣତ କରିଥିଲା। ଆଲୋଚନା ଚକ୍ରରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ଶିକ୍ଷା, କୌଶଳ ବିକାଶ, ରୋଜଗାର, ଉଦ୍ୟୋଗୀକରଣ ଓ ସ୍ଥାୟୀ ଜୀବିକାରେ ସମାନ ସୁଯୋଗ ସୃଷ୍ଟି ନିମନ୍ତେ ସରକାର, ଶିଳ୍ପସଂସ୍ଥା ଏବଂ ସାମାଜିକ ସଂଗଠନ ମଧ୍ୟରେ ସମନ୍ୱୟ ଓ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ସମସ୍ତ ଅଂଶ ଗ୍ରହଣକାରୀ ଏକ ସମାବେଶୀ, ସୁଗମ ଓ ସଶକ୍ତ ଦକ୍ଷିଣ ଓଡ଼ିଶା ଗଠନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ।
“ଉଇ ଫୋର୍ ୟୁ” ଚାରିଟେବୁଲ ଟ୍ରଷ୍ଟ ଗତ ୧୫ବର୍ଷ ଧରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଶିକ୍ଷା, ପୁନର୍ବାସ, କୌଶଳ ବିକାଶ, ସହାୟକ ପ୍ରଯୁକ୍ତି, ଜୀବିକା ବିକାଶ, ସୁଗମତା ଓ ସେମାନଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରି ଏକ ସମାବେଶୀ ସମାଜ ଗଠନ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଭିନ୍ନକ୍ଷମ ମହାସଂଘର ସଭାପତି ଶିଶିର କୁମାର ରାଉଳ, ସମ୍ପାଦକ ଅମରେନ୍ଦ୍ର ନାଥ, ବରିଷ୍ଠ ଆଇନଜୀବୀ ଉମାଶଙ୍କର ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ। ଅବସରରେ ଦିବ୍ୟାଙ୍ଗ କରାଟେ ଚାମ୍ପିଅନ ତଥା ଗ୍ରିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ରମେଶ କୁମାରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅନ୍ୟାନ୍ୟ ଦିବ୍ୟାଙ୍ଗ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.