ପଟ୍ଟାମୁଣ୍ଡାଇ ସାରସ୍ଵତାନୁଷ୍ଠାନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

0

ପଟ୍ଟାମୁଣ୍ଡାଇ ୨/୧୧:ସମାଜରେ ବରିଷ୍ଠ ନାଗରିକମାନଙ୍କୁ ଅନେକ ସମୟରେ ଅଣଦେଖା କରାଯାଉଥିଲେ ମଧ୍ୟ ପଟ୍ଟାମୁଣ୍ଡାଇର ଅଗ୍ରଣୀ ସାରସ୍ଵତାନୁଷ୍ଠାନ ପ୍ରତିଭା ସମ୍ମାନପରିଷଦ ଏକ ଅଭିନବ ଢ଼ଙ୍ଗରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ପରିଷଦର ସଭାପତି ବିଶିଷ୍ଟ ଗବେଷକ ତଥା ଗାଳ୍ପିକ ଡଃ ନୀଳମଣି ଲେଙ୍କାଙ୍କ ପୈ।ରହିତ୍ୟରେ ସ୍ଥାନୀୟ ଆଶୀର୍ବାଦ ଆଶ୍ରମ ଅଗଣାରେ ସ୍ଵରତୀର୍ଥ ସଂଗୀତାନୁଷ୍ଠାନ ଶ୍ରେଣୀ କକ୍ଷରେ ଅନୁଷ୍ଠିତ ଏଇ ସମ୍ବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ଅତିଥି ଭାବେ କବି ତଥା ପରିବେଶବିତ୍ ଡାଃ ମନୋରଞ୍ଜନ ଦାଶ, ମୁଖ୍ୟ ଅତିଥି ଭାବେ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ର ଅଧ୍ୟାପିକା ଡଃ ଚିତ୍ରା କାନ୍ତି ସେଠୀ, ମୁଖ୍ୟ ବକ୍ତା ଭାଵେ ଏଚ୍.ଏନ.ଏସ୍ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଲକ୍ଷ୍ମଣକୁମାର ଦାଶ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସଂଗୀତଗୁରୁ ରବୀନ୍ଦ୍ର ନାଥ ମିଶ୍ର ଯୋଗଦେଇ ବରିଷ୍ଠ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଲେ ସମାଜ ଶୃଙ୍ଖଳିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସ୍ବାସ୍ଥ୍ୟ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ସାମଗ୍ରିକ ସେବା ଓ ତ୍ୟାଗ ପାଇଁ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାଶ ଏବଂ କୃଷି ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ନାଗରିକ ଶ୍ରୀ ଯୁକ୍ତ ତ୍ରିଲୋଚନ ଜେନାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଵରତୀର୍ଥର ତଵଲା ଅଧ୍ୟାପକ ଅମୃତରଞନ ଦାସ ଅତିଥି ପରିଚୟ ଓ କଣ୍ଠଶିଳ୍ପୀ ସାଗରୀକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଵରତୀର୍ଥ ର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ଛାତ୍ରାଭିଭାବକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Leave A Reply

Your email address will not be published.