ଭିନ୍ନକ୍ଷମ କମିଶନର ତଥା ଆଇଏଏସ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଙ୍କ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପରିଦର୍ଶନ,

0

ମୋହନା,୧୦.୭(ମନୋଜ ପାଢ଼ୀ)-: ଓଡ଼ିଆ ସରକାରଙ୍କ ଭିନ୍ନକ୍ଷମ କମିଶନର ତଥା ଆଇଏଏସ୍ ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ମୋହନା ସ୍ଥିତ ସ୍କୁଲକୁ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଗୁରୁବାର ଦିନ ପରିଦର୍ଶନ କରିଥିଲେ।


ତାଙ୍କ ସାଥିରେ ଥିଲେ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗୀତା ବଦରଇତ, ମୋହନା ବ୍ଲକର ବିଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁ , ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ର ଛାତ୍ରୀ। ପ୍ରଥମେ କମିଶନର ମ୍ୟାଡ଼ାମ ତଥା ସମସ୍ତ ଅଧିକାରୀ ମାନେ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ତାପରେ କମିଶନର ପିଲାମାନଙ୍କ ସହ କିଛି ପାଠ ପଢ଼ା ବିଷୟ ରେ ଆଲୋଚନା କରିଥିଲେ ଏବଂ ପିଲାମାନଙ୍କର ଖାଇବା ବିଷୟ ରେ ତଥା ପାଠ୍ୟ ଉପକରଣ ସମ୍ପର୍କରେ ପଚାରି ବୁଝିଥିଲେ । ତାପରେ ସମ୍ପାଦକ ଙ୍କ ସହିତ ପିଲାମାନଙ୍କ ଭବିଷ୍ୟତ ବିଷୟ ରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଆଗରୁ ବିଦ୍ୟାଳୟ ରେ ପଢ଼ୁଥିବା ଶିକ୍ଷାର୍ଥୀମାନେ କେଉଁ ସବୁ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି କି ସେ ବିଷୟ ରେ ଆଲୋଚନା କରିଥିଲେ। ଏହି ଆଲୋଚନା ରେ ସମ୍ପାଦକ ମହାଶୟ ନିଜର ବକ୍ତବ୍ୟ ରେ କିଛି ଶିକ୍ଷାର୍ଥୀ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ବୋଲି ଜଣାଇଥିଲେ । ଯେମିତି କି ଶିକ୍ଷକ ତଥା ଅନ୍ୟାନ୍ୟ ଚାକିରି ପାଇଥିବା ବିଷୟରେ ନିଜର ଉତ୍ତର ରଖିଥିଲେ। ବିଭିନ୍ନ ପ୍ରୋଗ୍ରାମ ଗୁଡ଼ିକ ରେ ପୂର୍ବ ଶିକ୍ଷାର୍ଥୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ବୋଲି ଶ୍ରୀ ସାହୁ ନିଜ ଉତ୍ତର ରେ କହିଥିଲେ। କମିଶନ୍ ବିଦ୍ୟାଳୟ ର ପରିବେଶ ଦେଖି ଖୁବ୍ ଖୁସି ସହ ପ୍ରଂଶସା କରିଥିଲେ ତଥା ଭଲ ପରିବେଶରେ ଅନୁଷ୍ଠାନ ଥିବାରୁ ଖୁସି ଅନୁଭବ କରିଥିଲେ ।

Leave A Reply

Your email address will not be published.