ଗଜପତି ୨୫/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗଜପତି ଜିଲ୍ଲାରେ ପଶୁ ଚିକିତ୍ସାର ବିକଳ ଚିତ୍ର ନଜରକୁ ଆସିଚି।ଡାକ୍ତରଙ୍କ ବଦଳରେ ଚତୁର୍ଥଶ୍ରେଣୀ କର୍ମଚାରୀ ଗାଇକୁ ଇଞ୍ଜେକସନ ଦେଇ ଚିକିତ୍ସା ସେବା ଯୋଗାଇବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ଘଟଣାଟି ନୂଆଗଡ଼ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଘଟିଥିବା ଅଭିଯୋଗ ହୋଇଛି। ଗତକାଲି ମଙ୍ଗଳବାର ନୂଆଗଡ଼ ଗ୍ରାମର ପ୍ରକାଶ ଚନ୍ଦ୍ର ଏଡଲାଙ୍କ ଗାଈ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣ ପାଇଁ ଖୋଳାଯାଇଥିବା ଗର୍ଭରେ ପଡ଼ିଯାଇଥିଲା। ନୂଆଗଡ଼ ଅଗ୍ନିଶମ ବାହିନୀ ଗାଈଟିକୁ ଉଦ୍ଧାର କରିବା ପରେ ମାଲିକ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହାୟତା ଲୋଡ଼ିଥିଲେ |

ମାତ୍ର ଅଭିଯୋଗ ଅନୁସାରେ, ଡାକ୍ତର ନିଜେ ଗାଈର ଚିକିତ୍ସା ପାଇଁ ନ ଆସି କାର୍ଯ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ବାରା ଗାଈକୁ ଇଞ୍ଜେକ୍ସନ ଦେବା ସହ ଚିକିତ୍ସା କରିବା ଦେଖି ଉପସ୍ଥିତ ଲୋକେ ଆଶ୍ଚାଯ୍ୟ ପ୍ରକଟ କରିଥିଲେ। ପ୍ରାଣୀ ଚିକିତ୍ସା ପାଇଁ ଏଠାରେ ସରକାର ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ଦେଇଥିଲେ ସୁଦ୍ଧା ଦୁର୍ଘଟଣା ଗ୍ରସ୍ତ ଗାଈ ର ଚିକିତ୍ସା ପାଇଁ ଡ଼ାକ୍ତର ଉପସ୍ଥିତ ଥାଇ ନ ଆସିବା ଏବଂ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଡ଼ାକ୍ତର ପଠାଇ ଇଞ୍ଜେକସନ ସହ ଚିକି୍ସା କରାଇବା କେତେ ଦୂର ଆଇନ ସମତ ଅଟେ ବୋଲି ଉପସ୍ଥିତ ଗ୍ରାମବାସୀ ମାନେ ପ୍ରଶ୍ନ କରିବା ସହ ସଂପୃକ୍ତ ଘଟଣାର ନିରପକ୍ଷ ତଦନ୍ତ ଦାବି କରିଛନ୍ତି ।