ପ୍ରବନ୍ଧ ପ୍ରତିଯୋଗିତାରେ ନୂଆଗଡ଼ ବ୍ଲକ୍‌ର ଛାତ୍ର ରୁଦ୍ର ପ୍ରସାଦ ପ୍ରଥମ ।

0

ଗଜପତି,୨୫.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆଜି ଏମ୍.ଏମ୍. ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏଥିରେ ଜିଲ୍ଲା ଶ୍ରଣ ଅଧିକାରୀ ଶ୍ରୀ ସୁରତ କୁମାର୍ ସ୍ୱାଇଁ, ଗଜପତି ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଏସ ଗିରିଧର, ଏମ୍ ଏମ୍ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ର ପ୍ରଧାନ ଶିକ୍ଷକ ଶ୍ରୀ ଜି ଗୋବିନ୍ଦ ରାଜୁଲୁ , ଅବସର ପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ମୋହନା, ମୋହନା ଅତିରିକ୍ତ ବ୍ଲକ୍ ଶ୍ରମ ଅଧିକାରୀ ଶ୍ରୀ ସନ୍ଦୀପ କୁମାର୍ ପରିଡ଼ା ଏବଂ ସ୍କୁଲ ଓ ଶ୍ରମ ବିଭାଗର କର୍ମଚାରୀ ମାନେ ପ୍ରତିଯୋଗିତାରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ପାରଳାଖେମୁଣ୍ଡି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏହି ପ୍ରତିଯୋଗିତା ମଧ୍ୟରୁ ପ୍ରବନ୍ଧ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ ଅନ୍ତର୍ଗତ କେରେଡାଙ୍ଗ ସ୍ଥିତ ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ରୁଦ୍ର ପ୍ରସାଦ କାର୍ଯୀ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।
ଆଦିବାସୀ ଅଧ୍ୟୁଷିତ ନୂଆଗଡ଼ ବ୍ଲକ୍‌ର ଏକ ବିଦ୍ୟାଳୟର ଛାତ୍ର ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିବା ବ୍ଲକ୍‌ ତଥା ବିଦ୍ୟାଳୟ ପାଇଁ ଗୌରବର ବିଷୟ ପାଲଟିଛି। ରୁଦ୍ରଙ୍କ ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହପାଠୀମାନେ ଆନନ୍ଦ ପ୍ରକାଶ କରିବା ସହ ଗର୍ବ ଅନୁଭବ କରିଥିବା ।
ଏ ନେଇ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଟି. ବିଡ଼ିକା ସୂଚନା ଦେଇଛନ୍ତି। ରୁଦ୍ରଙ୍କ ଏହି ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।

Leave A Reply

Your email address will not be published.