ବ୍ଲକସ୍ତରୀୟ ଯାଦବ ଜନଗଣନା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାଜିଲ୍ଲା ଯାଦବ ମହାସଭାର ନିଷ୍ପତ୍ତି କ୍ରମେ ଆଜି ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମଙ୍ଗରାଜପୁର ଠାରେ ବ୍ଲକସ୍ତରୀୟ ଯାଦବ ଜନଗଣନା କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା l ଏଥିରେ ବ୍ଲକ ସଭାପତି ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ ଆୟୋଜିତ ସଭାରେ ସଭାପତିତ୍ୱ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଉତ୍କଳ ଯାଦବ ମହାସଭାର ବରିଷ୍ଠ ଉପସଭାପତି ,କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ତଥା ଡେରାବିଶ ବ୍ଲକର ଜନଗଣନା କାର୍ଯ୍ୟର ପର୍ଯ୍ୟବେକ୍ଷକ ଆଡଭୋକେଟ ଶ୍ରୀଯୁକ୍ତ ବିଜୟ ପରିଡା ଯୋଗ ଦେଇ ଯାଦବ ପତାକା ଉତ୍ତୋଳନ କରି ଗଣନା କାର୍ଯ୍ୟର ଶୁଭାରମ୍ଭ କରିଥିଲେ lଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ଯାଦବ ସଭାପତି ଦୀପକ ବେହେରା ଯାଦବ ଯୋଗ ଦେଇଥିଲେ l ଯୁବ ଯାଦବ କର୍ମକର୍ତ୍ତା ମାନେ ପ୍ରଥମେ ମଙ୍ଗରାଜପୁର ଗ୍ରାମର ଜନଗଣନା ଆରମ୍ଭ କରିବା ମାତ୍ରେ ଯୁବ ବନ୍ଧୁ ମାନେବ୍ଲକର ୨୬ ଗୋଟି ପଞ୍ଚାୟତ ରେ ଜନଗଣନା କାର୍ଯ୍ୟ କୁ ଆଗେଇ ନେଇଥିଲେ l ବର୍ଷା ସତ୍ତ୍ୱେ ଅତି ଉତ୍ସାହର ସହ ଯୁବ ବନ୍ଧୁ ମାନେ କାର୍ଯ୍ୟରେ ଲାଗି ପଡ଼ିଥିଲେ l ଆଜି ସମଗ୍ର ଜିଲ୍ଲାରେ ଜନଗଣନା କାର୍ଯ୍ୟ ମହାସଭା ତରଫରୁ ଚାଲୁଥିବାରୁ ସଭାରେ ଆନନ୍ଦ ପ୍ରକାଶ ପାଇଥିଲା lଆଜିର ସଭାରେ ବ୍ଲକର ଉପସଭାପତି ଜଗବନ୍ଧୁ ଦାସ, ସମ୍ପାଦକ ସରୋଜ କାନ୍ତ ଦାସ ,କୋଷାଧ୍ୟକ୍ଷ ହୃଷିକେଶ ଦାସ, ଯୁବ ଯାଦବ ନେତା ବିଜୟ ବେହେରା,ସୁଶାନ୍ତ ପଲେଇ ,କୃଷ୍ଣଚନ୍ଦ୍ର ଦାସ,ରମେଶଚନ୍ଦ୍ର ଦାସ,ଅଭୟ ପରିଡା,ଅନନ୍ତ ମହାଭୋଇ, ମନୋଜ ମହାଭୋଇ,ଯଦୁମଣି ଦାସ, ଜନ୍ମେଜୟ ଦାସ,କେଦାର ରଞ୍ଜନ ବେହେରା ପ୍ରମୁଖ ବହୁ ଯାଦବ ନେତୃବୃନ୍ଦ ମାନେ ଯୋଗଦେଇ କାର୍ଯ୍ୟର ସଫଳ ରୂପାୟନ ପାଇଁ ଶପଥ କରିଥିଲେ l

Comments are closed.