ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଆଜାଦି କା ଅମ୍ରିତ ମହୋତ୍ସବ’ ପାଳିତ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓ ରୂସା ୨.୦ ତରଫରୁ ସମସ୍ତ ବିଭାଗ ଏବଂ କିଛି ଅଭିଭୂକ୍ତ କଲେଜ ଗୁଡିକରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କଲେଜ ଛାତ୍ର ଛାତ୍ରୀଙ୍କୁ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ପରିଚାଳନା କରି ଧୁମ ଧାମରେ ପାଳିତ ହୋଇଯାଇଛି।

ଆଜି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଶ୍ରୀ. ଗୌତମ ପ୍ରଧାନ, ଅର୍ଥବ୍ୟବସ୍ଥା ଲେଖାକାର, ଡ଼ ସୁଶାନ୍ତ କୁମାର ବଡ଼ମାଳି, ସମନ୍ବୟକ ରୂସା ୨.୦, ସମସ୍ତ ଆଉଟରୀଚ କର୍ମକର୍ତା, ମିଡ଼ିଆ ସେଲ ଟିମ ସମେତ ଉତ୍କଳ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହ ଆଜାଦି କା ଅମ୍ରିତ ମହୋତ୍ସବୋ ପାଳନ କରାଯାଇଥିଲା । ତା ସହ, ବିଭାଜନର ଭୟାତ୍ମକ ସ୍ମରଣ ଦିନ ଗୁଡିକ ଚିତ୍ର, ଫୋଟୋ, ଡିଜିଟାଲ ଡ଼ିସ ପ୍ଲେ ମାଧ୍ୟମରେ ଏମ କେ ସି ଜି, ପ୍ରେକ୍ଷାଗୃହ ଠାରେ ଆୟୋଜନ କରା ଯାଇଥିଲା । ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ଉକ୍ତ ଅଞ୍ଚଳରେ ଏକ ଶୋଭାଯାତ୍ରା ଆୟୋଜନ ପାଇଁ ମକ ଡ୍ରିଲ କରାଯାଇଥିଲା। ବିଶ୍ୱ ବିଦ୍ୟାଳୟର ପିଜି. କାଉନସିଲ ତଥା ସମସ୍ତ ବିଭାଗ ମୁଖ୍ୟ ଓ ଟିମ, ଡି. ଏସ. ଡବ୍ଲୁ. ନିର୍ଦ୍ଧେଶକ ଓ ଟିମ, ସି. ଡି. ସି., ନିର୍ଦ୍ଧେଶକ ଓ ଟିମ, ରାଜ୍ୟରେ ପ୍ରବଳ ବର୍ଷା ସତ୍ୱେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିଯୋଗିତା, ଚିତ୍ରାଙ୍କନ, ତର୍କ, ରଚନା ଲେଖା ଇତ୍ୟାଦି ଚଳିତ ମାସ ଆଠ ତାରିଖରୁ ଚଉଦ ତାରିଖ ପର୍ଯ୍ୟନ୍ତ ପରିଚାଳନା କରା ଯାଇଥିଲା । ରୂସା ଆଉଟରୀଚ ଟିମ ତଥା ଅନ୍ୟ ସମସ୍ତ ଶିକ୍ଷକ ଓ କର୍ମ କର୍ତା ମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଆୟୋଜିତ ହେବାକୁ ଥିବା ଆସନ୍ତା କଲି ସ୍ୱାଧୀନତା ଦିବସ ଉପଲକ୍ଷେ, ଶୋଭାଯାତ୍ରା, ସଂଗୀତ, ନୃତ୍ୟ ଅଭ୍ୟାସ କରି ଶତାଧିକ ଛାତ୍ରଛାତ୍ରୀ ମାନେ ସାମିଲ୍ ହୋଇ ଏହି ଆଜାଦି କା ଅମ୍ରିତ ମହୋତ୍ସବୋ ପାଳନ କରିବା ପାଇଁ ଅତି ଆନନ୍ଦିତ ହୋଇ ଯୋଗ ଦେଇଥିଲେ ।

Comments are closed.