ଏଏସ୍ଓ ନିଯୁକ୍ତି ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ଉପରେ ଅନ୍ତରୀଣ ରୋକ ଲଗାଇଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

କଟକ: ଏଏସ୍ଓ ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଏଏସ୍ଓ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରୋକ ଲଗାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ତେବେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାର ଚୁଡାନ୍ତ ଫଳ ପ୍ରକାଶ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି। ନିଯୁକ୍ତି ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଙ୍ଘନ ଅଭିଯୋଗ ନେଇ ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ଜବାବ ତଲବ କରିଛନ୍ତି। ଅଦାଲତଙ୍କ ବିନା ଅନୁମତିରେ ଚଡ଼ାନ୍ତ ତାଲିକା ପ୍ରକାଶ କରାଯାଇ ପାରିବନି ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ତେବେ କମ୍ପ୍ୟୁଟର ଟେଷ୍ଟ ଜାରି ରହିବ ବୋଲି ହାଇକୋର୍ଟ କହିଛନ୍ତି। ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏ ନେଇ ହାଇକୋର୍ଟରେ ପାଞ୍ଚ ଜଣ ପ୍ରାର୍ଥୀ ମାମଲା ଦାୟର କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଓପିଏସସି ପକ୍ଷରୁ ଏଏସଓ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଏସଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ କରାଯାଇଛି। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ବେଆଇନ ବୋଲି ଦାୟର ଆବେଦନରେ ଦର୍ଶାଯାଇଛି। ପୂର୍ବରୁ ମଧ୍ୟ ଏଏସଓ ପରୀକ୍ଷା ବିବାଦ ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଓପିଏସସି ଏଏସଓ ନିଯୁକ୍ତି ପରୀକ୍ଷାଫଳ ପ୍ରକାଶ କରିଥିଲା।
ଏଏସଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ କରାଯାଇଛି। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ବେଆଇନ ବୋଲି ଦାୟର ଆବେଦନରେ ଦର୍ଶାଯାଇଛି। ପୂର୍ବରୁ ମଧ୍ୟ ଏଏସଓ ପରୀକ୍ଷା ବିବାଦ ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଓପିଏସସି ଏଏସଓ ନିଯୁକ୍ତି ପରୀକ୍ଷାଫଳ ପ୍ରକାଶ କରିଥିଲା।

Comments are closed.