୧୦ ବର୍ଷରେ ଓଡ଼ିଶାରେ୬୦ ହଜାର କୋଟି ନିବେଶ କରିବ ଅଦାନୀ ଗ୍ରୁପ

ଭୁବନେଶ୍ବର : ଆଗାମୀ ୧୦ ବର୍ଷ ମଧ୍ୟରେ ଆମେ ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛି ଅଦାନୀ ଗ୍ରୁପ । ଏହାଦ୍ୱାରା ହଜାର ହଜାର ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯାହା ରାଜ୍ୟର ଅର୍ଥନୀତିକୁ ନୂତନ ରୂପ ଦେବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ଆଦାନୀ ପୋର୍ଟର ସିଇଓ କରନ ଅଦାନୀ ।

ମେକ ଇନ ଓଡ଼ିଶା କନକ୍ଲେଭରେ ଯୋଗ ଦେଇ ସେ କହିଛନ୍ତି “ଏହା ଘୋଷଣା କରିବା ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ ଯେ ଆମେ ଚଳିତବର୍ଷ ଡିସେମ୍ବରରେ ଧାମରାରେ ୫ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଏଲ୍ଏନଜି ଟର୍ମିନାଲ ସ୍ଥାପନ କରିବାକୁ ଯାଉଛୁ । ଏଥିରେ ୫,୨୦୦ କୋଟି ଟଙ୍କା ବିନିଯୋଗ ହୋଇଛି । ଆଗାମୀ ୫ ବର୍ଷ ମଧ୍ୟରେ ଏହି କ୍ଷମତାକୁ ଦ୍ୱିଗୁଣିତ କରିବାକୁ ଆମେ ଯୋଜନା ରଖିଛୁ । ବାର୍ଷିକ ୪ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ଓ ବାର୍ଷିକ ୩୦ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଲୁହାପଥର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆମର ପ୍ରସ୍ତାବକୁ ଅନୁମୋଦନ ଦେଇଥିବାରୁ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣଙ୍କ ନିକଟରେ ଆମେ କୃତଜ୍ଞ ।“

“ରାଜ୍ୟର ବିକାଶ, ପ୍ରଗତି, ଓ ନିଯୁକ୍ତି ସୃଷ୍ଟି ମଧ୍ୟରେ ସମନ୍ୱୟ ରକ୍ଷା କରିବା ହେଉଛି ଆମ ପୁଞ୍ଜି ବିନିଯୋଗର ଅଭିନ୍ନ ଅଙ୍ଗ । ଓଡ଼ିଶାରେ ଆମର ପୁଞ୍ଜି ବିନିଯୋଗ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୫ ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ ୭,୬୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିସାରିଛି । ଏହି କ୍ରମରେ ଆମେ ଏଲ୍ଏନ୍ଜି ଟର୍ମିନାଲ, ଧାମରା ବନ୍ଦର ଓ ଖଣିଖାଦାନକୁ ବିକଶିତ କରିବାରେ ଲାଗିଛୁ ଏବଂ ଏ ପର୍ଯ୍ୟନ୍ତ ୪,୫୦୦ ପ୍ରତ୍ୟେକ୍ଷ ନିଯୁକ୍ତି ସୃଷ୍ଟି କରାଯାଇଛି” ସେ କହିଛନ୍ତି ।

Comments are closed.