୨୨ ଜୁଆଡ଼ି ଗିରଫ, ୧୪୧୬୦ଟଙ୍କା ଜବତ

ଜୟପୁର: ଜୟପୁର ଟାଉନଥାନା ପୁଲିସ ଗତ କାଲି ଦିନ ତମାମ ସହରର ବିଭିନ୍ନ ଜୁଆଆଡ୍ଡା ଓ ଖୁଡୁଖୁଡି ଖେଳ ଉପରେ ଚଢ଼ଉ କରିଛି। ଦିନକରେ ୨୨ଜଣଙ୍କୁ ଗିରଫ କରିବା ସହ ନଗଦ ୧୪ହଜାର ୧୬୦ଟଙ୍କା ଜବତ କରିଛି। ଗୋଟିଏ ଜୁଆ ଆଡ଼ାରୁ ୬ଜଣଙ୍କୁ ଗିରଫ କରିବା ସହ ୧୪୨୦ଟଙ୍କା ଜବତ କରିଥିବା କହିଛନ୍ତି ଟାଉନଥାନା ଆଇଆଇସି ସମ୍ବିତ ବେହେରା।

ସେଭଳି ଆଉ ଗୋଟିଏ ଆଡ଼ାରୁ ୬ଜଣଙ୍କୁ ଗିରଫ କରି ୧୬୮୦ଟଙ୍କା, ୩ୟ ଆଡ଼ାରୁ ୬ଜଣଙ୍କୁ ଗିରଫ କରି ୫୯୬୦ଟଙ୍କା ଜବତ କରିଛନ୍ତି। ସେଭଳି ଗୋଟିଏ ଖୁଡୁଖୁଡି ଖେଳ ଉପରେ ଚଢ଼ାଉ କରି ୫୧୦୦ଟଙ୍କା ଜବତ କରିବା ସହ ୪ଜଣ ଜୁଆଡ଼ିଙ୍କୁ ଧରିଛନ୍ତି। ବିଭିନ୍ନ ଆଡ଼ାରେ ଅଧିକା ଜୁଆଡ଼ି ରହିଥିଲେ ହେଁ ପୁଲିସ ଚଢ଼ାଉ ସମୟରେ ଛତ୍ରଭଙ୍ଗ ଦେଇ ପଳାଇଥିବା କହିଛନ୍ତି ଟାଉନଥାନା ଆଇଆଇସି।

Comments are closed.