ନୂଆଗଡ ୧୫/୧୧ ( ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ୍ ପରିସର ମଧ୍ୟର ନୂତନ ଯୋଗ୍ଯ ହିତାଧିକାରୀ ଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରା ଯାଇଛି। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବରଙ୍କ ଅଧ୍ଯକ୍ଷତାରେ ବ୍ଲକର ମୋଟ ୪୩୩ ଜଣ ନୂତନ ଭାବେ ଚିହ୍ନଟ ହୋଇଥିବା ହିତାଧିକାରୀ ଙ୍କ ମଧ୍ୟରୁ ୧୦୦ ଜଣ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ଭତ୍ତା ସହ ନୂତନ ଭାବେ ଭତ୍ତା ପରିଚୟ ପତ୍ର ପ୍ରଦାନ କରା ଯାଇଥିବା ବେଳେ ଅବଶିଷ୍ଟ ବିଭିନ୍ନ ପଞ୍ଚାୟତ ସ୍ତରରେ ପ୍ରଦାନ କରାଯିବାର ସୂଚନା ରହିଛି। ସୂଚନା ପ୍ରକାରେ ବ୍ଳକରେ ବାର୍ଦ୍ଧକ ଭତ୍ତା ୨୦୮ ଜଣ, ବିଧବା ଭତ୍ତା ୬୭ ଜଣ, ସ୍ୱାମୀ ପରିତ୍ୟକ୍ତ ୧୩ ଜଣ ସମେତ ଭିନ୍ନକ୍ଷମ ବିଦ୍ଭାଗରେ ୧୧୬ ଜଣ ଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିବା ବ୍ଲକ ସାମାଜିକ ସଂଶକ୍ତିକରଣ ଅଧିକାରୀ ନୀତିନ ରୁବେନ ରଇତ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ସରକାରୀ ସ୍ତରରେ ଭାରତୀୟ ଜନତା ପାର୍ଟିର ବ୍ଲକ ସଭାପତି ଦୁର୍ଯ୍ୟୋଧନ ପାଇକ,ବ୍ଲକ ଅଧ୍ଯକ୍ଷା ମାଳତି ପ୍ରଧାନ, ଉପାଧ୍ୟକ୍ଷା ନିହିମିୟା ରଇତ, ଗୋଷ୍ଠି ଗ୍ରାମ ପଞ୍ଚାୟତ ଅଧିକାରୀ,ସଶାଙ୍କ ଶେଖର ସୁବୁଦ୍ଧି, ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ସାମାଜିକ ସଶକ୍ତି କରଣ ବିଭାଗର ପୋଗ୍ରାମ ଅଧିକାର ଜାକସନ୍ ଲିମ୍ମା ପରି ଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.