ଜୟହିନ୍ଦ ହାଇସ୍କୁଲ ୧୯୯୫ ମାଟ୍ରିକ ଵ୍ୟାଚ ବିଦ୍ୟାର୍ଥୀଙ୍କ ବନ୍ଧୁମିଳନ ଅନୁଷ୍ଠିତ

ଶିକ୍ଷାଗୁରୁ ମାନଙ୍କୁ ପୂଜାକରି ଆଦର୍ଶ ରଚିଲେ ଛାତ୍ରଛାତ୍ରୀ

0

ପଟ୍ଟାମୁଣ୍ଡାଇ୧୫/୧୧: ଧୋୟାଞ୍ଚଳର ସର୍ବ ପୁରାତନ ପିଏମଶ୍ରୀ ଜୟହିନ୍ଦ ହାଇସ୍କୁଲ ପରିସରରେ ୧୯୯୫ମ୍ୟାଟ୍ରିକ ବ୍ୟାଚ ପକ୍ଷରୁ ସମାରୋହରେ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ପୂରାତନ ଛାତ୍ରୀ ତଥା ୧୯୯୫ ଵ୍ୟାଚ ବନ୍ଧୁମିଳନ ଉତ୍ସବର ସଭାପତି ଶାନ୍ତିଲତା ପଣ୍ଡାଙ୍କ ଅଧ୍ୟକ୍ଷତା ଆୟୋଜିତ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଂଜିତ କୁମାର ରାଉତ,ଭାସ୍କର ଚନ୍ଦ୍ର ବେହେରା,ହେମନ୍ତ କୁମାର ଜେନା, ଶ୍ରୀଚରଣ ଖଟୁଆ, ସୁରେଶ ଚନ୍ଦ୍ର ନାୟକ, କେଦାର ଚରଣ ପ୍ରଧାନ,ଡ଼ଃ କବିତା ଚୌଧୁରୀ, ଦୁଃଶାସନ ଜେନା, ଭଗବାନ ରାଉତ ଓ ଦୃ୍ଯ୍ୟୋଧନ ଦାସଙ୍କୁ ଛାତ୍ରଛାତ୍ରୀମାନେ ଵାଜା,ଶଙ୍ଖ ହୁଳହୁଳି ଧ୍ବନିରେ ବ୍ରାହ୍ମଣୀ କଲେଜ ଛକ ଠାରୁ ସ୍କୁଲ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ହାଇସ୍କୁଲ ପରିସରରେ ସୁସଜ୍ଜିତ ଆସନରେ ଶିକ୍ଷା ଗୁରୁ ମାନଙ୍କୁ ଅଳକ୍ରୁତ କରି ଫୁଲ ଚନ୍ଦନ ଲଗାଇ ଉତ୍ତରୀୟ ପକାଇ ବନ୍ଦାପନା କରି ପୂଜନ ଆରମ୍ଭ କରିଥିଲେ।

ଏହି ଗୁରୁପୂଜନରେ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସମେତ ସ୍କୁଲର ବର୍ତ୍ତମାନ କାର୍ଯ୍ୟରତ ସମସ୍ତେ ସାମିଲ୍ ହୋଇଥିଲେ ।କାର୍ଯ୍ୟକ୍ରମ ଦ୍ଵିତୀୟାର୍ଦ୍ଧରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତା ରାଣୀ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦାଶ ସୁ ମଧୁର କଣ୍ଠସ୍ୱରରେ ସଂଚାଳନ କରିଥିଲେ। ଦୀର୍ଘ ୩୧ ବର୍ଷର ବ୍ୟବଧାନରେ ଗୁରୁଜି ମାନଙ୍କୁ ଏକତ୍ର ଦେଖି ଛାତ୍ରଛାତ୍ରୀ ମାନେ ଭାବ ବିହ୍ଵଳ ହୋଇ ଉଠିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏହି ବ୍ୟାଚ ପକ୍ଷରୁ ମୁଖ୍ୟ ଫାଟକରେ ସ୍ଥାପନ କରାଯାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇ ଯଥାରୀତି ପୂଜାର୍ଚନା କରାଯାଇଥିଲା।ପୁରାତନ ଛାତ୍ର ତଥା ସମ୍ପାଦକ ପ୍ରଶାନ୍ତ କୁମାର ରାଉତ, ସଭାପତି ଶାନ୍ତିଲତା ପାଢ଼ୀ, ଦୀପକ ପ୍ରଧାନ, ସୌମେନ୍ଦ୍ର ପ୍ରଧାନ, ପ୍ରଭାତ ରାଉତ, ପ୍ରସନ୍ନ ସାମଲ, ଛାତ୍ରୀ ଶୁଭଲକ୍ଷ୍ମୀ, ରଶ୍ମିତା, ଟୁନିଆ, ଟୁଇଁ, ଡଲିଆ ପ୍ରମୁଖ ଶତାଧିକ ପୂରାତନ ଛାତ୍ରଛାତ୍ରୀମାନେ ଉତ୍ସଵ ପରିଚାଳନା କରିଥିଲେ।
ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave A Reply

Your email address will not be published.