ସହଭାଗୀ ରୂପେ ଅଭିଭାବକ ବୈଠକ ଅନୁଷ୍ଠିତ ।

0

ଆର, ଉଦୟଗିରି ,ନଭେମ୍ବର ୧୫ ତାରିଖ(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଆଜି ଆଦିବାସୀ ବିପ୍ଳବି ନେତା ବିର୍ସା ମୁଣ୍ଡାଙ୍କର ଜନ୍ମ ଦିବସ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି,ସଂଖ୍ୟାଲଘୁ ଓ ପଛୁଆବର୍ଗ ଉନ୍ନୟନ ବିଭାଗର ବିଦ୍ୟାଳୟରେ ବିର୍ସାମୁଣ୍ଡାଙ୍କ ଜନ୍ମ ଦିବସ ପାଳନ ତଥା ଅଭିଭାବକ ବୈଠକ ଅନୁଷ୍ଠିତ ହେଉଛି। ଏଇ ପରୀପ୍ରେକ୍ଷୀରେ ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ସ୍ଥିତ ଥାଟରାଜ କୋଲନୀ ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ। କାର୍ଯକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଘ୍ନରାଜ ପାଣିଗ୍ରାହିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟ ଏସଏମସି ସଭାପତି ସୁରଭି ପ୍ରଧାନ ଓ ମୂଖ୍ୟ ବକ୍ତା ଭାବେ ମୂରଲୀ ରଇତ ଓ ବିଦ୍ୟାଳୟ କମିଟିର ଅନ୍ୟାନ୍ୟ ସଦସ୍ୟ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ,ଓ୍ବାର୍ଡ ମେମ୍ବର ଓ ବୁଦ୍ଧିଜୀବି ଉପସ୍ଥିତ ତଥା ମଞ୍ଚାସୀନ ହୋଇଥିଲେ। ବିଦ୍ୟାଳୟର ଶିକ୍ଷକ ଦାସରଥି ବଡମୁଣ୍ଡି ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ସତ୍କାର ସମ୍ମାନିତ ପରେ ଠାକୁର ଜଗନ୍ନାଥ ଓ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ପ୍ରଦିପ ପ୍ରଜ୍ଜଳନ ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବାଗତ ସଂଗୀତ ଓ ସ୍ବାଗତ ନୃତ୍ୟ ପରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇତିହାସ ପଠନ ପରେ ଛାତ୍ରଛାତ୍ରୀ ବିର୍ସାମୁଣ୍ଡାଙ୍କ ଉପରେ ଅବିଭାଷଣ ରଖିଥିଲେ। ପରେ ଅଭିଭାବକ ଓ ମଞ୍ଚାସୀନ ଅତିଥି ବୃନ୍ଦ ନିଜନିଜର ଅବିଭାଷଣ ସହ ଛାତ୍ରଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ସଭାସାଙ୍ଗ ହୋଇଥିଲା।

Leave A Reply

Your email address will not be published.