କିମ୍ବୁସିଂ ପ୍ରାଥମିକ ବିଦ୍ୟାଳୟ ପୁନର୍ବାର ଖୋଲିବାକୁ ଗ୍ରାମବାସୀଙ୍କ ଦାବି ।

ଗଜପତି,୧୫.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କିମ୍ବୁସିଂ ଗ୍ରାମର ବନ୍ଦ ହୋଇଯାଇଥିବା ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଗ୍ରାମବାସୀ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ନିକଟରେ ଦାବି ଜଣାଇଛନ୍ତି।ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ୧୯୫୨ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟଟି ପ୍ରାୟ ୭ ବର୍ଷ ତଳେ ବନ୍ଦ ହୋଇଯାଇଥିଲା।ଫଳରେ ଗ୍ରାମର କୋମଳମତି ପିଲାମାନେ ପାଠ ପଢ଼ିବା ପାଇଁ ପ୍ରାୟ ୫ କିଲୋମିଟର ଦୂରକୁ ଚାଲିଚାଲି ଯିବାକୁ ପଡୁଛି। ଏହାଦ୍ୱାରା ଛୋଟ ଛୋଟ ପିଲାଙ୍କ ସହ ଅଭିଭାବକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଣୁ ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ବନ୍ଦ ହୋଇଯାଇଥିବା ବିଦ୍ୟାଳୟକୁ ପୁନଃ ଖୋଲିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ବିଧାୟକଙ୍କୁ ନିବେଦନ କରିଛନ୍ତି। ବିଧାୟକ ଏହି ସମସ୍ୟାରେ ହସ୍ତକ୍ଷେପ କରି ବିଦ୍ୟାଳୟ ପୁନଃ ଖୋଲିବାର ବ୍ୟବସ୍ଥା କରିବେ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

Comments are closed.