ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଗଭୀର ଅବପାତ ଶେଷରେ ବାତ୍ୟାର ରୂପ ନେଇଛି। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଘଣ୍ଟାପ୍ରତି ପ୍ରାୟ ୧୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ସୂଚନା ଅନୁଯାୟୀ, ବାତ୍ୟାଟି ବର୍ତ୍ତମାନ ବିଶାଖାପାଟଣାଠାରୁ ପ୍ରାୟ ୬୭୦ କିଲୋମିଟର ଦୂରରେ ରହିଥିବାବେଳେ ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ପ୍ରାୟ ୭୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାଟି ଭୀଷଣ ବାତ୍ୟାର ରୂପ ନେବ। ଏହାପରେ ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାର ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି।ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନେଲୋର-ଟୁନି ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟାଟି ସ୍ଥଳଭାଗ ଛୁଇଁବା ବା ଲ୍ୟାଣ୍ଡଫଲ୍ କରିବାର ଆକଳନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.