ଅନ୍ଧାରରେ ନୂଆଗଡ ସଦର ମହକୁମା, ଅଚଳ ଷ୍ଟ୍ରିଟ୍ ଲାଇଟ୍ କୁ ନେଇ ଅସନ୍ତୋଷ !

0

ନୂଆଗଡ ୧୫/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସଦର ମହକୁମା ରେ ସନ୍ଧ୍ୟା ହେଲେ ଘୋଟି ଆସୁଛି ଅନ୍ଧକାର। ବ୍ଲକର ବିଭିନ୍ନ ସାହି ଓ ମୁଖ୍ୟରାସ୍ତା କୋଡ଼ରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ସବୁ ଅଚଳ ହୋଇ ପଡ଼ିଛି। ଯାହା ଫଳରେ କି ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।ଲୋକମାନଙ୍କ ଯାତାୟତ ଓ ସୁରକ୍ଷା ସକାଶେ ଲଗା ଯାଇଥିବା ଆଲୋକ ବ୍ୟବସ୍ଥା ଅକାମୀ ହୋଇ ପଡ଼ିଥିବା ବେଳେ ଏହାର ମରାମତି ବିଳମ୍ବ କୁ ନେଇ ପ୍ରଶ୍ନ ଉଠୁଛି। ସନ୍ଧ୍ୟା ହେବା ମାତ୍ରେ ନୂଆଗଡ ର ବିଭିନ୍ନ ସାହି ତଥା ରାସ୍ତା ଗୁଡିକ ଅନ୍ଧାର ହୋଇଯାଉ ଥିବାରୁ ଲୋକ ମାନଙ୍କ ମଧ୍ୟରେ ଯାତାୟତ ରେ ସମସ୍ୟା ସୃଷ୍ଟି ହେଉଛି।ସରକାର ଙ୍କ ଯୋଜନାରେ ହୋଇଥିବା ଆଲୋକ ବ୍ୟବସ୍ଥା ଲୋକଙ୍କ ସୁବିଧା ଓ ସୁରକ୍ଷା ସକାଶେ ଉପଯୋଗୀ ହୋଇପାରୁନାହିଁ, ଯାହା ଫଳରେ କି ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଡ଼ିବାରେ ଲାଗିଛି।ଏପରି ପରିସ୍ଥିତି ରେ ଷ୍ଟ୍ରିଟଲାଇଟ ରକ୍ଷଣାବେକ୍ଷଣା ଦ୍ୱୟିତ୍ୱ କାହାର ଏବଂ ମରାମତି କରିବାରେ ବିଳମ୍ବ ହେଉଥିବାରୁ ଅଞ୍ଚଳବାସୀ ସ୍ୱଷ୍ଟ କରିବା ସକାଶେ ଦାବୀ କରିଛନ୍ତି। ଲୋକଙ୍କ ଟିକସ ଅର୍ଥରେ ପରିଚାଳିତ ହେଉଥିବା ସାଧାରଣ ସେବା ଯଦି ଠିକ ସମୟରେ ଉପଲବ୍ଧ ନହୁଏ, ତେବେ ଏହାର ଉତ୍ତର ଦ୍ଵାୟିତ୍ୱ ନିର୍ଦ୍ଧାରଣ ସକାଶେ ସାଧାରଣ ରେ ପ୍ରଶ୍ନ ହେଉଛି। ତୁରନ୍ତ ଏହାର ଉଚିତ ପଦକ୍ଷେପ ନେଇ ସମାଧାନ ସକାଶେ ଦାବୀ ହେଉଛ ।

Leave A Reply

Your email address will not be published.