ବଡ଼ ରାଧାକାନ୍ତ ମଠରେ ଭକ୍ତିମୟ ପରିବେଶରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ।

0

ଗଜପତି ,1.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସଦର ମହକୁମାସ୍ଥିତ ବଡ଼ ରାଧାକାନ୍ତ ମଠ ପରିସରରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବାବା ପ୍ରାଣ ଗୌରାଙ୍ଗ ଦାସଙ୍କ ତତ୍ତ୍ୱାବଧାନରେ ଏହି ଧାର୍ମିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇ ହରିନାମ ସଂକୀର୍ତ୍ତନ ଓ ନାମ ସ୍ମରଣ କରିଥିଲେ। ହରେ କୃଷ୍ଣ, ହରେ ରାମ ଧ୍ୱନିରେ ମଠ ପରିସର ଭକ୍ତିମୟ ହୋଇ ଉଠିଥିଲା।ଏହି ନାମ ସଂକୀର୍ତ୍ତନ ମାଧ୍ୟମରେ ଭକ୍ତମାନେ ଆଧ୍ୟାତ୍ମିକ ଶାନ୍ତି ଓ ଈଶ୍ୱରୀୟ କୃପା ଲାଭ କରିବା ସହ ସମାଜରେ ଭକ୍ତି, ଶ୍ରଦ୍ଧା ଓ ଧାର୍ମିକ ଚେତନାର ପ୍ରସାର ପାଇଁ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱକୁ ଅନୁଭବ କରିଥିଲେ।

Leave A Reply

Your email address will not be published.