ଦୁର୍ବଳ ହେଉଛି ଟଙ୍କା, ଅର୍ଥମନ୍ତ୍ରୀ କହିଲେ- ଡଲାର ସାମନାରେ ମଜଭୁତ ସହ ଠିଆ ହୋଇଛି

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ଅଧିକ ଦୁର୍ବଳ ହେବା ଖବର ମଧ୍ୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ଏବେ ଚର୍ଚ୍ଚାକୁ ଆସିଛି । ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଛନ୍ତି, ଦୁନିଆର ଅନ୍ୟ ମୁଦ୍ରା ତୁଲନାରେ ଟଙ୍କା ଆମେରିକା ଡଲାର ସାମନାରେ ଅଧିକ ମଜଭୁତ ସହ ଅଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ସ୍ତରକୁ ଖସିଛି । ଏହାପରେ ଭାରତୀୟ ମୁଦ୍ରାର ସ୍ଥିତିକୁ ନେଇ ପ୍ରକାଶ ପାଉଥିବା ଚିନ୍ତା ମଧ୍ୟରେ ସୀତରମଣ କହିଛନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅର୍ଥ ମନ୍ତ୍ରଣାଳୟ ଟଙ୍କାର ସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ମୁଦ୍ରା ଗୁଡିକର ମୂଲ୍ୟରେ ଘଟୁଥିବା ପରିବର୍ତ୍ତନର ବର୍ତ୍ତମାନ ସମୟରେ ଯଦି କୌଣସି ମୁଦ୍ରା ନିଜର ସ୍ଥିତି ମଜଭୁତ କରି ରଖିଛି ସେ ହେଉଛି ଭାରତୀୟ ଟଙ୍କା । ଆମ ସଠିକ ଭାବେ ଏହି ସ୍ଥିତିର ମୁକାବିଲା କରିଛୁ ‘। ଟଙ୍କା ଦୁର୍ବଳ ହେବା ଉପରେ ସେ କହିଛନ୍ତି, ବର୍ତ୍ତମାନ ସମୟରେ ଡଲାର ତୁଳନାରେ ଅନ୍ୟ ମୁଦ୍ରାର ସ୍ଥିତି ଉପରେ ମଧ୍ୟ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ।

ଉଲ୍ଲେଖଯୋଗ୍ୟ ଶୁକ୍ରବାର କାରବାର ବେଳେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୧.୦୯ ଟଙ୍କା ପ୍ରତି ଡଲାର ସ୍ତରରେ ପହଞ୍ଚିଥିଲା। ଗତ କିଛି ମାସ ଧରି ଡଲାର ତୁଳନାରେ ଟଙ୍କା ଅଧିକ ଦୁର୍ବଳ ହେବାରେ ଲାଗିଛି। ଗୁରୁବାର ଟଙ୍କା ଗୋଟିଏ ଦିନରେ ୮୩ ପାଇସା ଦୁର୍ବଳ ହୋଇଥିଲା ଯାହା ଗତ ସାତ ମାସରେ ସବୁଠୁ ଅଧିକ ଥିଲା।

Comments are closed.