IPLକୁ ଅଲବିଦା କହିବେ ମାହି! ଆସନ୍ତାକାଲି କରିବେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୫ରେ ପୂର୍ବତନ ଭାରତୀୟ ବିଶ୍ୱବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଏନେଇ ମାହି ନିଜ ଫୋସବୁକରେ ଏକ ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ଏବେ କ୍ରୀଡ଼ାପ୍ରେମୀ ଓ ମାହିଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ତେବେ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରୁ ଅବସର ନେବା ଘୋଷଣା କରିପାରନ୍ତି ବୋଲି ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଧୋନୀ ଫେସବୁକ ପୋଷ୍ଟ କରି ଆସନ୍ତାକାଲି ଲାଇଭ୍ ଆସିବାକୁ ଉଲ୍ଲେଖ କହିଛନ୍ତି । ସେ ଲେଖିଛନ୍ତି, ମୁଁ ଆପଣଙ୍କ ସହିତ ଏକ ଖବର ବିଷୟରେ ଆଲୋଚନା କରିବି । ୨୫ ସେପ୍ଟେମ୍ବର ଦ୍ୱିପ୍ରହର ୨ଟା ସମୟରେ ଏନେଇ ମୁଁ ଆପଣଙ୍କୁ ସବୁକିଛି ଜଣାଇବି । ମୁଁ ଆଶା କରୁଛି, ଆପଣମାନେ ସମସ୍ତେ ଉପସ୍ଥିତ ରହିବେ ।’ ଏହି ପୋଷ୍ଟ ପରେ ୪୧ ବର୍ଷୀୟ ଧୋନୀଙ୍କ ଆପିଏଲରୁ ଅବସର ନେବା ନେଇ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହାଛଡ଼ା ହୁଏତ ମାହି ଅନ୍ୟ କିଛି ଘୋଷଣା କରିପାରନ୍ତି, ତାହା ଆସନ୍ତାକାଲି ଜଣାପଡ଼ିଛି ।

ସାଧାରଣ ଭାବେ ମାହି ସୋସିଆଲ ମିଡ଼ିଆରେ ଅଧିକ ସମୟ ଆକ୍ଟିଭ ରୁହନ୍ତି ନାହିଁ । ଏଥିସହ ସେ ଲାଇମ୍ ଲାଇଟକୁ ଆସିବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ତାଙ୍କର ଏହି ଫେସବୁକ ପୋଷ୍ଟକୁ ନେଇ ଅଧିକ ଗୁରୁତ୍ୱ ବଢ଼ିଯାଇଛି । ଗତ ୨୦୧୫ ଅଗଷ୍ଟ ୧୫ ତାରିଖରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଆଜି ପର୍ଯ୍ୟନ୍ତ ସେ ଆଇପିଏଲ ଖେଳ ଜାରି ରଖିଥିଲେ । ତେଣୁ ଆସନ୍ତାକାଲି ଧୋନୀ କ’ଣ ଘୋଷଣା କରିବେ ତାହାକୁ ନେଇ ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

Comments are closed.